ପୁଅକୁ ଛୁରୀ ଭୂଷି ହତ୍ୟା କଲା ବାପା
ସାନଖେମୁଣ୍ଡି: ପୁଅକୁ ମାରିଲା ବାପା । ପୁଅ ପ୍ରତାପ ଶବରକୁ ଛୁରୀରେ ଭୂଷି ହତ୍ୟା କଲା ବାପା । ଘଟଣା ଘଟିଛି ପାତ୍ରପୁର ବ୍ଲକ ଜରଡ଼ା ଥାନା ଝାଡ଼ିଆମ୍ବ ଗାଁରେ ।
ସୂଚନା ଥାଉକି, ମଦ ପିଇବାକୁ ପୁଅ ବାରଣ କରିବାକୁ ଛୁରା ଭୂଷିଲା ବାପା । ବାପାର ଛୁରା ମାଡ଼ରେ ପୁଅ ମୃତ । ବାପା ବାଉରୀ ବିଷୋୟୀ ସକାଳୁ ମଦ ପିଇ ଘରକୁ ଆସି ପାଟି ତୁଣ୍ଡ କରିଥିଲା । ବାରମ୍ବାର ଏଭଳି ମଦ ପିଇ ପାଟିତୁଣ୍ଡ ଘଟଣାକୁ ନେଇ ଘରେ ଅସନ୍ତୋଷ ଲାଗି ରହିଥିଲା ।
ମଦ ପିଇବା ଘଟଣାକୁ ପୁଅ ପ୍ରତାପ ବିଷୋୟୀ ଆକଟ କରିବାରୁ ବାପା ଉତକ୍ଷୀପ୍ତ ହୋଇ ପୁଅକୁ ଛୁରା ଧରି ଗୋଡାଇଥିଲା । ପରେ ତାଙ୍କ ଛାତିକୁ ଛୁରା ଭୂଷି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା।




admin 