ନୱାବ୍‌ ଫୁଲଝରୀ ଫୁଟାଇଛନ୍ତି, ଦୀପାବଳି ପରେ ବୋମ ଫୁଟାଇବି: ଫଡ୍‌ଣାବିସ୍

ନୱାବ୍‌ ଫୁଲଝରୀ ଫୁଟାଇଛନ୍ତି, ଦୀପାବଳି ପରେ ବୋମ ଫୁଟାଇବି: ଫଡ୍‌ଣାବିସ୍

ନୱାବ୍‌ ଫୁଲଝରୀ ଫୁଟାଇଛନ୍ତି, ଦୀପାବଳି ପରେ ବୋମ ଫୁଟାଇବି: ଫଡ୍‌ଣାବିସ୍

ମୁମ୍ବାଇ: ନୱାବ୍‌ ମଲିକ ସିଆଣି ବିଲ୍ଲି। ସେ ମୋ ବିରୋଧରେ ଅଭିଯୋଗ ଆଣି ଫୁଲଝରୀ ଫୁଟାିଛନ୍ତି। ଏବେ ସେ ଅପେକ୍ଷା କରନ୍ତୁ ଦୀପାବଳି ପରେ ମୁଁ ବୋମା ଫୁଟାଇବି। ଆରମ୍ଭ କରିଛନ୍ତି ସେ ଏବେ ଆଗକୁ କ’ଣ ହେଉଛି ଅପେକ୍ଷା କରନ୍ତୁ। ସାମ୍ବାଦିକ ସମ୍ମିଳନୀରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ୍‌ଣାବିସ୍‌ ଏହି ମନ୍ତବ୍ୟ ଦେବା ପରେ ମହାରାଷ୍ଟ୍ର ରାଜନୀତି ହଲ୍‌ଚଲ ହୋଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଡ୍ରଗସ୍‌ ମାମଲାରେ ଏନ୍‌ସିପି ନେତା ନୱାବ୍‌ ମଲ୍ଲିକ ଏନ୍‌ସିବିକୁ‌ ଘେରୁଥିବା ବେଳେ ଏବେ ବିଜେପିକୁ ଘେରିଛନ୍ତି। ଡ୍ରଗ୍‌ସ କାରବାରୀଙ୍କ ସହିତ ଦେବେନ୍ଦ୍ରଙ୍କ ସଂପର୍କ ଥିବା କହିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି। ଏହାର ଜବାବରେ ଦେବେନ୍ଦ୍ର ଫଡ୍‌ଣାବିସ୍‌ କହିଛନ୍ତି ନୱାବ୍‌ ସିଆଣି ବିଲ୍ଲି। ନୱାବ୍‌ଙ୍କ ଜ୍ବାଇଁଙ୍କ ସହିତ ଡ୍ରଗ୍‌ସ କାରବାରୀଙ୍କ ସଂପର୍କ ରହିଛି। ଏପରିକି ଅଣ୍ଡରୱାର୍ଲଡ ମାଫିଆଙ୍କ ସହିତ ନୱାବ୍‌ଙ୍କ ସଂପର୍କ ରହିଛି। ଏହାର ପ୍ରମାଣ ସହିତ ଦୀପାବଳି ପରେ ଏହା ଉପରେ ବିସ୍ଫୋରଣ ହେବ। ତେବେ ଟ୍ବିଟ୍‌ରେ ନୱାବ୍‌ ଏହାର ଉତ୍ତର ଦେଇ କହିଛନ୍ତି ଯେ ସେ ଏଥିପ୍ରତି ପ୍ରସ୍ତୁତ ଅଛନ୍ତି।