ନୋଟାକୁ ନେଇ ଜନସ୍ୱାର୍ଥ ମାମଲା : ନୋଟା ଜିତିଲେ ନିର୍ବାଚନ ଋଦ୍ଧ କରାଯାଉ!

ନୋଟାକୁ ନେଇ ଜନସ୍ୱାର୍ଥ ମାମଲା : ନୋଟା ଜିତିଲେ ନିର୍ବାଚନ ଋଦ୍ଧ କରାଯାଉ!

ନୋଟାକୁ ନେଇ ଜନସ୍ୱାର୍ଥ ମାମଲା : ନୋଟା ଜିତିଲେ ନିର୍ବାଚନ ଋଦ୍ଧ କରାଯାଉ!
ନୂଆଦିଲ୍ଲୀ : ନୋଟାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଯଦି କୌଣସି ନିର୍ବାଚନରେ ନୋଟା ବିଜୟୀ ହୁଏ ତେବେ ନିର୍ବାଚନକୁ ଋଦ୍ଧ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାରେ କୁହାଯାଇଛି । ବିଜେପି ନେତା ତଥା ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟ ଏହି ମାମଲା ଦାୟର କରିଛନ୍ତି । ନୋଟାକୁ ସର୍ବାଧିକ ଆସନ ମିଳିଲେ ନିର୍ବାଚନକୁ ଋଦ୍ଧ କରାଯିବା ସହିତ ପ୍ରାର୍ଥୀଙ୍କ ନିର୍ବାଚନ ଲଢିବା ଉପରେ କଟକଣା ଜାରି କରାଯିବା ଉଚିତ ବୋଲି କୁହାଯାଇଛି । ଆଇନଜୀବୀ ଅଶ୍ୱିନୀ କୁମାର ଦୁବେଙ୍କ ଦ୍ୱାରା ଏହି ଯାଚିକା ଦାଖଲ କରାଯାଇଥିଲା । ଏହା ସହିତ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରି ଏହି ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ଅନୁରୋଧ କରାଯାଇଛି । ବିଭିନ୍ନ ସମୟରେ ରାଜନୈତିକ ଦଳ ଗୁଡିକ ଜନତାଙ୍କ ମତକୁ ନଶୁଣି ପ୍ରାର୍ଥୀ ଦେଉଛନ୍ତି । ଏପରି ସ୍ଥଳେ ନୋଟା ଆସିଲେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନକୁ ଋଦ୍ଧ କରିବା ସହିତ ସମସ୍ତ ପ୍ରାର୍ଥୀଙ୍କୁ ଆସନ୍ତା ୬ଟି ନିର୍ବାଚନ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ଲଢିବାକୁ ସୁଯୋଗ ଦିଆ ନଯିବା ଉଚିତ ବୋଲି ଉଲ୍ଲେଖ କରାଯାଇଛି ।