ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ

ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ

ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ
ଭୁବନେଶ୍ୱର : ଆଜି ହେଉଛି ନେତାଜୀ ଜୟନ୍ତୀ । ଏହି ଅବସରରେ କଟକରେ ଆୟୋଜିତ ହୋଇଛି ଭବ୍ୟ ଉତ୍ସବ । ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନେତାଜୀଙ୍କ ସ୍ମୃତି ଚାରଣ କରି ତାଙ୍କ ବଳିଦାନର କଥା ସେ କହିଥିଲେ । କଟକ ଖାନନଗରରେ ଏହି ବସ ଟର୍ମିନାଲ ହେବ । ଯେଉଁଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେଠାରେ ୧୮୦ଟି ବସ ରହିପାରିବ । ସୂଚନାଯୋଗ୍ୟଯେ, ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପାଂଚଟି ବିଶ୍ୱବିଦ୍ୟାଳୟରେ ସୁଭାଷ ବୋଷ ଚେୟାର ପ୍ରତିଷ୍ଠା ପାଇଁ ସୁପାରିଶ କରିଛନ୍ତି । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନେତାଜୀଙ୍କ ସ୍ମୃତି ସଂଗ୍ରହାଳୟ ବୁଲି ଦେଖିବା ସହ ତାଙ୍କର ସ୍ମୃ୍ତିଚାରଣ କରିଥିଲେ ।