ନୃଶଂସ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ହାରିଲା ପ୍ରାଣ

ନୃଶଂସ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ହାରିଲା ପ୍ରାଣ

ନୃଶଂସ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ହାରିଲା ପ୍ରାଣ

ରାୟଗଡା : ପାରିବାରିକ କଳହ ସାଜିଲା ମୃତୁ୍ୟର କାରଣ । ନୃଶଂସ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ହାରିଲା ପ୍ରାଣ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧମୁନିପଙ୍ଗା ପଞ୍ଚାୟତ କତାଗୁଡା ଗ୍ରାମର ହରିଜନ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖାଯାଇଛି । ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ସୂଚନାରୁ ପ୍ରକାଶ ଯେ ପୂର୍ବରୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗିଥିବାରୁ ସ୍ୱାମୀ ନୀଳକଣ୍ଠ କୌଶଲ୍ୟା (୪୨) ସ୍ତ୍ରୀ ରାଧା କୌଶଲ୍ୟା(୩୬)ଙ୍କୁ ବାପ ଘରେ ଛାଡ଼ିଆସିଥିଲା ।ଗତକାଲି ସନ୍ଧ୍ୟାରେ କାର୍ତ୍ତିକ ପୂର୍ଣ୍ଣିମା ଯୋଗୁଁ ନିଜ ଘରକୁ ଯିବା କହି ସ୍ତ୍ରୀଙ୍କୁ ଆଣିବା ପାଇଁ ଶଶୁର ଘରକୁ ଯାଇଥିଲା ।ଶଶୁର ଘରଲୋକେ ମନକରିଥିଲେ ବି ଜୋର କରି ନେଇ ଆସିଥିଲା ସ୍ୱାମୀ । ଆଜି ସକାଳୁ କୋଣସି କାରଣରୁ ସ୍ୱାମୀ ନୀଳକଣ୍ଠ ଏକ ଟାଙ୍ଗିଆରେ ସ୍ତ୍ରୀଙ୍କୁ ହାଣି ଦେଇଥିବା ଶଶୁର ଘର ପରିବାର ଲୋକ ଅଭିଯୋଗ କରିଛନ୍ତି ।ଶଶୁର ଘର ପରିବାର ଲୋକ ଆସିବା ପରେ ଘଟଣାସ୍ଥଳରେ ଉତ୍ତ?ଜନା ପ୍ରକାଶ ପାଇଥିଲା । ସେଠାରେ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ସ୍ୱାମୀ ନୀଳକଣ୍ଠକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।