ନିଲମ୍ବିତ ହେଲେ ଇନ୍ସପେକ୍ଟର ସିଗ୍ଧାରାଣୀ ସୁନା
ନିଲମ୍ବିତ ହେଲେ ଇନ୍ସପେକ୍ଟର ସିଗ୍ଧାରାଣୀ ସୁନା
ସୁନ୍ଦରଗଡ: ପୋଲିସ ଇନ୍ସପେକ୍ଟର ସିଗ୍ଧାରାଣୀ ସୁନାଙ୍କ କାର ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଇନ୍ସପେକ୍ଟର ସିଗ୍ଧାରାଣୀଙ୍କୁ ନିଲମ୍ବିତ କରାଯାଇଛି। ସୁନ୍ଦରଗଡ ଏସପିଙ୍କ ସୁପାରିଶ ପରେ ପୋଲିସ ଡିଜି ନିଲମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏକ ଅଟୋ ବଲାଙ୍ଗୀର ପଟୁ ସୋନପୁର ଅଭିମୁଖେ ଆସୁଥିବା ବେଳେ ସିଗ୍ଧାରାଣୀ କାରରେ ସୋନପୁର ପଟୁ ଯାଉଥିଲା। ୫୭ ନଂ ଜାତୀୟ ରାଜପଥ ଖାରି ନିକଟରେ ଉଭୟ କାର୍-ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ। ତଦନ୍ତ ବେଳେ କାରଟି ଇନ୍ସପେକ୍ଟର ସିଗ୍ଧାରାଣୀ ସୁନାଙ୍କ ଜଣାପଡିଥିଲା। ତେବେ ଦୁର୍ଘଟଣା ପରେ ସିଗ୍ଧାରାଣୀ ଓ ତାଙ୍କ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ସୋନପୁର ଜିଲା ପୋଲିସ ବଲାଙ୍ଗୀରର ହାତୀଶାଳପଡାରୁ ଇନ୍ସପେକ୍ଟର ସିଗ୍ଧାରାଣୀ ଓ ଓ ଡ୍ରାଇଭର ଅଜୟ ଜେଠୀଙ୍କୁ ତରଭା ଥାନାକୁ ଆଣିଥିଲା। ପରବର୍ତ୍ତୀ ସମୟରେ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା ।




admin 