ନିର୍ଭୟା ଦୋଷୀଙ୍କୁ ଫାସି ଦିଆଯିବାକୁ ନେଇ ସସପେନ୍ସ

ନିର୍ଭୟା ଦୋଷୀଙ୍କୁ ଫାସି ଦିଆଯିବାକୁ ନେଇ ସସପେନ୍ସ

ନିର୍ଭୟା ଦୋଷୀଙ୍କୁ ଫାସି ଦିଆଯିବାକୁ ନେଇ ସସପେନ୍ସ
ନୂଆଦିଲ୍ଲୀ - ନିର୍ଭାୟା ଦୋଷୀଙ୍କୁ ଆସନ୍ତା ୨୨ରେ ଫାଶି ହୋଇନପାରେ । ରାଜକ୍ଷମା ଆବେଦନ ହୋଇଥିବାରୁ ତାରିଖ ଟଳିପାରେ । ରାଜକ୍ଷମା ଆବେଦନ ଯୋଗୁଁ ୨୨ରେ ଫାଶି ହେବନି ବୋଲି ଦିଲ୍ଲୀ ସରକାର କହିଛନ୍ତି । ଏ ସମ୍ପର୍କରେ ଦିଲ୍ଲୀ ସରକାର କହିଥିବା ପିଟିଆଇ ସୂତ୍ରରୁ ପ୍ରକାଶ । ନିର୍ଭୟା ଦୋଷୀ ମୁକେଶ ଗତକାଲି ରାଜକ୍ଷମା ଆବେଦନ କରିଥିଲା । ତେବେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ ଦିନ ସମୟ ମିଳିବା ବିଧି ରହିଛି । ତେଣୁ ୨୨ରେ ଫାଶି ହେବନି ବୋଲି ଦିଲ୍ଲୀ ସରକାର କହିଥିବା ପିଟିଆଇ ସୂତ୍ରରୁ ପ୍ରକାଶ । ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଲୋମହର୍ଷଣକାରୀ ନିର୍ଭୟା ଗଣବଳାତ୍କାର ଘଟଣା ଘଟିଥିଲା। ଜଣେ ନାବାଳକ ସମେତ ୬ ଜଣ ଯୁବକ ଚଳନ୍ତା ବସରେ ନିର୍ଭୟାଙ୍କୁ ଗଣ ବଳାତ୍କାର କରିବା ପରେ ତଳକୁ ଫୋପାଡ଼ି ଦେଇଥିଲେ। ଡିସେମ୍ବର ୨୯ରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ରାମ ସିଂହ ନାମକ ଜଣେ ଯୁବକ ଜେଲରେ ଆତ୍ମହତ୍ୟା କରିଥିଲା। ଅନ୍ୟତମ ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ସୁଧାର ଗୃହରେ ରଖାଯାଇଥିଲା ଓ ତିନି ବର୍ଷ ପରେ ମୁକ୍ତ କରାଯାଇଥିଲା। ଏବେ ୪ ଜଣ ଯୁବକ ପବନ ଗୁପ୍ତା, ବିନିୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହଙ୍କୁ ଆସନ୍ତା ୨୨ରେ ଫାଶି ଦେବାକୁ ଦିନ ଧାର୍ଯ୍ୟ କରାଯାଇଥିଲା ।