ନିର୍ବାଚନରେ ରେକର୍ଡ କରିବ ଜଉ ମୁଦ ଖର୍ଚ୍ଚ

ନିର୍ବାଚନରେ ରେକର୍ଡ କରିବ ଜଉ ମୁଦ ଖର୍ଚ୍ଚ

ନିର୍ବାଚନରେ ରେକର୍ଡ  କରିବ ଜଉ ମୁଦ ଖର୍ଚ୍ଚ
ନୂଆଦିଲ୍ଲୀ:ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ, କଳାଧନର ଉପଯୋଗ, ହାଇଟେକ୍ ପ୍ରଚାର ଅଭିଯାନ ସମେତ ସରକାରୀ ଖର୍ଚ୍ଚ ଏଥର ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ସେଥି ମଧ୍ୟରୁ କେବଳ ଜଉ ମୁଦ ବାବଦ ଖର୍ଚ୍ଚ ଅବଶ୍ୱସନୀୟ ହେବ ବୋଲି ଆକଳନ କରାଯାଇଛି । ନିର୍ବାଚନ ପରେ ଗଣତି ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହୁଥିବା ଇଭିଏମକୁ ଜଉ ମୁଦ ଦ୍ୱାରା ସିଲ୍ କରାଯିବାର ବ୍ୟବସ୍ଥା ରହିଛି । ଏଥର ଇଭିଏକ ସହିତ ଭିଭିପାଟ ଯୋଡି ହୋଇ ରହିଥିବାରୁ ଜଉ ମୁଦ ବାବଦ ଖର୍ଚ୍ଚ ବଢିବ ବୋଲି ଆକଳନ କରାଯାଇଛି । ଗୋଟିଏ ବୁଥ ପିଛା ୬ଟି ଲେଖାଏଁ ଜଉ କାଠି ବା ୱାକ୍ସ କ୍ୟାଣ୍ଡେଲ ବ୍ୟବହୃତ ହେବ । ଏହି କ୍ରମରେ ଦେଶର ମୋଟ ୧୦ ଲକ୍ଷ ବୁଥ ପାଇଁ ଆବଶ୍ୟକ ହେବ ୬୦ ଲକ୍ଷ ଜଉ ଷ୍ଟିକ୍ । କେବଳ ସେତିକ ନୁହେଁ ଜଉ ଷ୍ଟିକ୍ କୁ ଉତପ୍ତ କରିବା ପାଇଁ ଆବଶ୍ୟକ ହେବ ବିପୁଳ ପରିମାଣର ମହମବତୀ । ଏହି ଜଉ ଷ୍ଟିକ୍ ଇଣ୍ଡିଆନ୍ ସିକ୍ୟୁରିଟି ପ୍ରେସ ଦ୍ୱାରା ଯୋଗାଇ ଦିଆ ଯାଉଥିବା ବେଳେ ମହମବତି ପାଇଁ ବହୁ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି ।