ନିଜ ରାଜ୍ୟରେ ଚାଷୀଙ୍କ ଧାରଣା ବନ୍ଦ କରିବାକୁ ନିଦେ୍ର୍ଧଶ ଦେଲେ ଯୋଗୀ ଆଦିତ୍ୟନାଥ

ନିଜ ରାଜ୍ୟରେ ଚାଷୀଙ୍କ ଧାରଣା ବନ୍ଦ କରିବାକୁ ନିଦେ୍ର୍ଧଶ ଦେଲେ ଯୋଗୀ ଆଦିତ୍ୟନାଥ

ନିଜ ରାଜ୍ୟରେ ଚାଷୀଙ୍କ ଧାରଣା ବନ୍ଦ କରିବାକୁ ନିଦେ୍ର୍ଧଶ  ଦେଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ : ସାଧାରଣତନ୍ତ୍ର ଦିବସ ଅବସରରେ ଲାଲକିଲାରେ ହୋଇଥିବା ହିଂସାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା । ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ହଠାତ ହିଂସାତ୍ମକ ରୂପ ନେଇଥିବାରୁ ତାହାକୁ ନେଇ ଆରୋପ ପ୍ରତ୍ୟାରୋପ ବି ଜାରି ରହିଛି । ଦିଲ୍ଲୀ ସୀମାନ୍ତବର୍ତୀ ରାଜ୍ୟମାନଙ୍କରେ ଚାଷୀ ଆନେ୍ଦାଳନ ଜାରି ରହିଥିବାବେଳେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ରାଜ୍ୟରେ ଚାଷୀଙ୍କ ଧାରଣା ବନ୍ଦ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଚାଷୀଙ୍କ ଟ୍ରାକ୍ଟର ପ୍ୟାରେଡରେ ହୋଇଥିବା ହିଂସା ପରେ ଚାଷୀ ଆନେ୍ଦାଳନ ପ୍ରଶ୍ନ ଘେରକୁ ଆସିଯାଇଛି । ଦିଲ୍ଲୀ ପୁଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଗୁରୁବାର ଉତରପ୍ରଦେଶରେ ସ୍ଥାନେ ସ୍ଥାନେ ଚାଲୁଥିବା ଚାଷୀଙ୍କ ଧାରଣା ବନ୍ଦ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।