ନନ୍ଦନକାନନର ଧଳାବାଘ ‘ବିଜୟା’ ଅସୁସ୍ଥ
ନନ୍ଦନକାନନର ଧଳାବାଘ ‘ବିଜୟା’ ଅସୁସ୍ଥ
ଭୁବନେଶ୍ୱର: ନନ୍ଦନକାନନରେ ଧଳାବାଘ ‘ବିଜୟା’ ଅସୁସ୍ଥ ହୋଇପଡ଼ିଛି । ବୟସାଧିକ କାରଣରୁ ବାଘୁଣୀ ‘ବିଜୟା’ର ସ୍ୱାସ୍ଥ୍ୟ ଖରାପ ଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ‘ବିଜୟା’କୁ କ୍ବାରେଣ୍ଟିନରେ ରଖି ତାର ଚିକିତ୍ସା କରାଯାଉଛି ।
ବାଘ ‘ବିଜୟା’ର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍ ରହିଛନ୍ତି । ତାର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖାଯାଇଛି । ବିଶେଷ କରି ନନ୍ଦନକାନନରେ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଧଳା ବାଘ । ଏହି ବାଘକୁ ଦେଖିବାକୁ ପର୍ୟ୍ୟଟକଙ୍କ ଗହଳି ନନ୍ଦନକାନନରେ ଲାଗି ରହିଥାଏ ।




admin 