ନିଖୋଜ ନାବାଳିକା ଖୋଜୁଖୋଜୁ ଧରାପଡ଼ିଲେ ଦେହ ବ୍ୟବସାୟୀ ଗ୍ୟାଙ୍ଗ |

ନିଖୋଜ ନାବାଳିକା ଖୋଜୁଖୋଜୁ ଜୋରଜବରଦସ୍ତ ଚଳାଯାଉଥିବା ଦେହ ବ୍ୟବସାୟୀ ଗ୍ୟାଙ୍ଗଙ୍କୁ ଧରିଲା ପୁରୀ ପୋଲିସ। ତାଳବଣିଆ ଥାନା ପୋଲିସକୁ ମିଳିଛି ବଡ ସଫଳତା। ବଡ ସେକ୍ସ ରାକେଟକୁ ଗିରଫ କଲା ତାଳବଣିଆ ଥାନା ପୋଲିସ। ରାକେର୍ଟର କିଙ୍ଗପିନ ରଞ୍ଜୁଲତା ଦାସଙ୍କ ସମେତ 12 ଜଣଙ୍କୁ ଗିରଫ କଲା ତାଳବଣିଆ ଥାନା ପୋଲିସ। ଜଣେ ମହିଳାଙ୍କ ସମେତ 11 ଜଣ ପୁରୁଷ ଗିରଫ। ଧର୍ମ ମା ସାଜିଥିଲା ସେକ୍ସ ରାକେର୍ଟର କିଙ୍ଗପିନ୍। ଦୁଇଜଣ ନାବାଳିକା ସହ ତା ମାକୁ ମଧ୍ୟ ଏଥିରେ କାମ କରିବା ପାଇଁ ବାଧ୍ୟ କରୁଥିଲେ। ଗତ ଜାନୁଆରୀ ୧୨ତାରିଖରେ ନାବାଳିକା କୁଆଡେ ଚାଲିଯାଇଥିବାକୁ ନେଇ ତାଙ୍କ ମା ୧୮ତାରିଖରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ପୋଲିସ ନିଖୋଜ ନାବାଳିକାକୁ ଧରିବା ପରେ ତା ଠାରୁ ସମସ୍ତ ତଥ୍ୟ ଜାଣି ସେକ୍ସ ରାକେଟ୍ ଠାବ କରିଥିଲା। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଯେଉଁ ଯେଉଁ ହୋଟେଲରେ ଏହି କାରବାର ହେଉଥିଲା ସେମାନଙ୍କୁ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ରଖାଯାଇଥିବା ପୁରୀ ଏସପି କହିଛନ୍ତି। ସେକ୍ସ ରାକେଟରେ ସମ୍ପୃକ୍ତ ସମସ୍ତ 12 ଜଣଙ୍କୁ ବି ଏନ ଏସ u/s 120 b, R/W 341,323, 376(3),376(2)n,376(2)f 370 (5), 366(a) posco act ରେ ଗିରଫ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ବିନୀତ ଅଗ୍ରବାଲ୍।