ଧାମନଗର ଉପନିର୍ବାଚନକୁ ନେଇ ବଡ ଖବର, ଜାଣନ୍ତୁ କ'ଣ

ଧାମନଗର ଉପନିର୍ବାଚନକୁ ନେଇ ବଡ ଖବର, ଜାଣନ୍ତୁ କ'ଣ

ଧାମନଗର ଉପନିର୍ବାଚନକୁ ନେଇ ବଡ ଖବର, ଜାଣନ୍ତୁ କ'ଣ

ଭୁବନେଶ୍ୱର: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ସେପ୍ଟେମ୍ବର ୧୯ରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ମୃତ୍ୟୁ ଓ ୨୨ ତାରିଖରେ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବାର ୧୮ଦିନ ପରେ ସୋମବାର  ଧାମନଗର ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା  ହୋଇଛି। ମାତ୍ର ଧାମନଗର ବିଧାନସଭା ଆସନର ବିଧାୟକ ଶ୍ରୀ ସେଠୀଙ୍କ ମୃତ୍ୟୁକୁ ଏକମାସ ନପୁରୁଣୁ ନିର୍ବାଚନ ତାରିଖ ଘୋଷଣା ହୋଇଯିବା ରାଜନୀତିକ ଦଳଗୁଡ଼ିକ ପାଇଁ ଅଡ଼ୁଆ ବଢ଼ାଇ ଦେଇଛି ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଧାମନଗର ଆସନ ପାଇଁ ଅକ୍ଟୋବର ୭ ତାରିଖ (ଶୁକ୍ରବାର) ଗେଜେଟ୍ ବିଜ୍ଞପ୍ତି, ଅକ୍ଟୋବର ୧୪ରେ (ଶୁକ୍ରବାର) ନାମାଙ୍କନ ପତ୍ର ଦାଖଲ ଶେଷ,୧୫ ରେ (ଶନିବାର) ନାମାଙ୍କନ ପତ୍ର ଯାଂଚ, ୧୭ ତାରିଖରେ (ସୋମବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଓ ନଭେମ୍ବର ୩ ତାରିଖ (ଗୁରୁବାର) ଭୋଟ ଗ୍ରହଣ ହେବ । ନଭେମ୍ବର ୬ରେ ଗଣତି ଓ ଫଳାଫଳ ଘୋଷଣା ସହ ନଭେମ୍ବର ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ପ୍ରାର୍ଥୀ, ସମସ୍ତ ରାଜନୈତିକ ଦଳମାନଙ୍କ କ୍ଷେତ୍ରରେ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ସଂପୂର୍ଣ୍ଣ ଭାବେ ଲାଗୁ କରାଯାଇଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ୟ୍ୟାଳୟମାନଙ୍କ କ୍ଷେତ୍ରରେ ମଧ୍ୟ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ସୂଚନାରେ ଦର୍ଶାଯାଇଛି ।