ଧାନ କିଣା ନେଇ ବିଜେପିକୁ ଟାର୍ଗେଟ୍ କଲା ବିଜେଡି

ଧାନ କିଣା ନେଇ ବିଜେପିକୁ ଟାର୍ଗେଟ୍ କଲା ବିଜେଡି

ଧାନ କିଣା ନେଇ ବିଜେପିକୁ ଟାର୍ଗେଟ୍ କଲା ବିଜେଡି

ଭୁବନେଶ୍ୱର: ବିଜୁଳି ବିଲ ବୃଦ୍ଧି ପ୍ରତିବାଦରେ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବାବେଳେ ଏବେ ବିଜେଡି ପାଲଟା ଆକ୍ରମଣ କରିଛି ।  ବାକି ଥିବା ଧାନ କିଣା ଟଙ୍କା ତୁରନ୍ତ କେନ୍ଦ୍ର ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି । ଏନେଇ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଦାବି କରିଛନ୍ତି । ଧାନ କିଣା ପ୍ରସଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ନେହାଙ୍ଗିନୀ ଛୁରିଆ ଏହି ଦାବି କରିଛନ୍ତି ।

ସେ କହିଛନ୍ତି ଯେ,  କୋଭିଡ ସମୟରେ ରାଜ୍ୟ ସରକାର ନିଜେ ବନ୍ଧାପଡ଼ି ଧାନ ସଂଗ୍ରହ କଲେ ।  ତେବେ ଧାନ କିଣା ବାବଦ ୬୫୭୦କୋଟି ଟଙ୍କା କେନ୍ଦ୍ର ଏଯାଏଁ ଦେଇନାହିଁ ।  ତୁରନ୍ତ ଏହାକୁ  ଦିଆଯାଉ ।  ଗତ ୨ ବର୍ଷରେ ଅଧିକ ୩ ଲକ୍ଷ ୮୩ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି ।  ୭ ଲକ୍ଷ ମେଟ୍ରିକ ଟନ ବଳକା ଚାଉଳ କାହିଁକି କେନ୍ଦ୍ର ସରକାର କାହିଁକି ନେବେନି ବୋଲି ସ୍ନେହାଙ୍ଗିନୀ ଛୁରିଆ ପ୍ରଶ୍ନ କରିଛନ୍ତି ।  ଏଥିସହ ଖରିଫ ଧାନକିଣା ସେପ୍ଟେମ୍ବର ଯାଏ ବଢାଇବାକୁ ସ୍ନେହାଙ୍ଗିନୀ ଛୁରିଆ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି ।