ଦେଶରେ ୨୪ ଘଣ୍ଟାରେ ୨୩୪୬ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୨୩୪୬ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୨୩୪୬ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଦିନେ ସଂକ୍ରମଣ କମିଲେ ଆଉ ଦିନେ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୩୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ସଂକ୍ରମଣ କମିଥିଲେ ହେଁ ଆଜି କୋରୋନା ଜନିତ ମୃତ୍ୟୁସଂଖ୍ୟା ପୂର୍ବଦିନ ଅପେକ୍ଷା ଅଧିକ ରହିଛି । ଦିନକରେ ୨୫ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ସେହିପରି ୨,୩୪୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ ୧୫ ହଜାର ତଳକୁ ଖସିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା୧୪,୯୯୬ ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୦.୪୭% ରହିଛି । ଏଯାବତ୍ ସମୁଦାୟ ୪,୨୫,୯୨,୪୫୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୪,୩୪୮ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୨ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୫,୩୨,୩୮୩ ଡୋଜ୍ ଦିଆଯାଇଛି ।