ଦେଶରେ ୨୪ ଘଣ୍ଟାରେ ୧୮୨୯ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧୮୨୯ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧୮୨୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ଭୟ । ୨ ହଜାର ତଳେ ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୧,୮୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ସାମାନ୍ୟ ଅଧିକ । ଆଜି ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ ହୋଇଛି । ଦିନକରେ ୩୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୨,୫୪୯ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି ।

ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ କମିବା ପରେ କିଛି ଦିନ ହେଲା ସକ୍ରିୟ ମାମଲା ୨୦ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫,୬୪୭ରେ ପହଞ୍ଚିଛି । ବର୍ତ୍ତମାନ ଦୈନିକ ପଜିଟିଭ ହାର ୦.୪୨% ରହିଛି । ଏଯାବତ୍ ସମୁଦାୟ ୪,୨୫,୮୭,୨୫୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୪,୨୯୩ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୧ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪,୯୭,୬୯୫ ଡୋଜ୍ ଦିଆଯାଇଛି ।