ଦେଶରେ ୨୦,୫୫୭ ନୂଆ ସଂକ୍ରମିତ ଚିହ୍ନଟ
ଦେଶରେ ୨୦,୫୫୭ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହେଲା କୋରୋନା । ଆଜି ପୁଣି ୨୦ ହଜାର ଟପିଲା ଦୈନିକ ସଂକ୍ରମଣ । ମଙ୍ଗଳବାର ଦେଶରେ ସଂକ୍ରମଣ ମାମଲା ୧୫,୫୨୮ ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୨୦,୫୫୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୮,୫୧୭ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୧,୩୨,୧୪୦କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୪୫,୬୫୪କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ ୪.୧୩%ରେ ପହଞ୍ଚିଛି ଏବଂ ସାପ୍ତାହିକ ରେଟ୍ ୪.୬୪% ରହିଛି । ଦେଶବ୍ୟାପୀ ସମୁଦାୟ ୨୦୦ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୬,୦୪,୭୯୭ ଜଣଙ୍କୁ ଟିକା ଦିଆଯାଇଛି ।




admin 