ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ଓମିକ୍ରନ୍

ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ଓମିକ୍ରନ୍

ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ଓମିକ୍ରନ୍

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଏହି ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି । କିପରି ଏହାର ମୁକାବିଲା କରିହେବ, ଏହାକୁ ନେଇ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଛନ୍ତି । କିନ୍ତୁ ସମସ୍ତ ପ୍ରକାର କଟକଣାକୁ ଭେଦ କରି ଓମିକ୍ରନ ତା’ର କାୟା ବିସ୍ତାର କରିବାରେ ଲାଗିଛି । 


ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ସଂକ୍ରମିତ କରିଛି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧କୁ ବୃଦ୍ଧି ପାଇଛି । ଧୀରେଧୀରେ ଦେଶରେ ସ୍ଥିତି ବିଗିଡିବାରେ ଲାଗିଛି । 

ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩ ରହିଛି । ସେହିପରି ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨ ରହିଛି । ଏହାସହିତ କେରଳରେ ୬୫, ଗୁଜୁରାଟାରେ ୯୭, ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୨, ତାମିଲନାଡୁରେ ୪୫, କର୍ଣ୍ଣାଟକରେ ୩୪, ମଧ୍ୟପ୍ରଦେଶରେ ୯, ଓଡିଶାରେ ୯, ଆନ୍ଧ୍ରପ୍ରଦେଶରେ ୧୬, ପଶ୍ଚିମବଙ୍ଗରେ ୧୧, ହରିଆଣାରେ ୧୨, ଜାମ୍ମୁ-କାଶ୍ମୀରରେ ୩, ଉତ୍ତରପ୍ରଦେଶରେ ୨, ଚଣ୍ଡିଗଡରେ ୩, ହିମାଚଳପ୍ରଦେଶରେ ୧, ଲଦାଖରେ ୧, ଗୋଆରେ ୧, ମଣିପୁରରେ ୧, ପଞ୍ଜାବରେ ୧ ଓ ଉତ୍ତରାଖଣ୍ଡରେ ୪ଜଣ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ଏବେସୁଦ୍ଧା ଦେଶରେ ୩୨୦ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।