ଦେଶରେ ଗୋଟିଏ ଦିନରେ କରୋନା ନେଲା ୧୧୬୬ ଜଣଙ୍କ ଜୀବନ
ଦେଶରେ ଗୋଟିଏ ଦିନରେ କରୋନା ନେଲା ୧୧୬୬ ଜଣଙ୍କ ଜୀବନ
ନୂଆଦିଲ୍ଲୀ:ଆଜି ଆମ ଦେଶରେ ଗୋଟିଏ ଦିନରେ ୪୨ ହଜାର ୬୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୧ ହଜାର ୧୬୬ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୩ ଲକ୍ଷ ୮୯ ହଜାର ୩୦୨ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୭୭ ହଜାର ୮୬୧ ରେ ପହଂଚିଛି । ଦେଶରେ ୬ ଲକ୍ଷ ୬୨ ହଜାର ୫୨୧ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୨ କୋଟି ୮୯ ଲକ୍ଷ ୨୬ ହଜାର ୦୩୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୨୮ କୋଟି ୮୭ ଲକ୍ଷ ୬୬ ହଜାର ୨୦୧ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।




admin 