ଦୁନିଆର ସବୁଠୁ ବଡ ଅଣ୍ଡର ଗ୍ରାଉଣ୍ଡ ହୋଟେଲ୍, ଯାହାର ମାତ୍ର ୨ ମହଲା ଉପରେ ଓ ୧୬ ମହଲା ତଳେ
ଦୁନିଆର ସବୁଠୁ ବଡ ଅଣ୍ଡର ଗ୍ରାଉଣ୍ଡ ହୋଟେଲ୍, ଯାହାର ମାତ୍ର ୨ ମହଲା ଉପରେ ଓ ୧୬ ମହଲା ତଳେ
ଆପଣ ଅନେକ ବିଳାସପୂର୍ଣ୍ଣ ହୋଟେଲ ଦେଖିଥିବେ । କିନ୍ତୁ ଭୂମି ତଳେ ନିର୍ମିତ ହୋଟେଲ ବିଷୟରେ ଆପଣ କେବେ ଶୁଣିଛନ୍ତିକି? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଚାଇନାର ସାଂଘାଇରେ ଏପରି ୧୮ ମହଲାର ହୋଟେଲ ଅଛି ଯାହା ମାଟି ତଳେ ନିର୍ମିତ । ମିଡିଆ ରିପୋର୍ଟ ଅନୁଯାୟୀ ଏହା ହେଉଛି ବିଶ୍ୱର ଏମିତି ହୋଟେଲ ଯାହା ଭୂତଳ ଭୂମିରେ ନିର୍ମିତ । ଏହି ହୋଟେଲର ତଳ ଦୁଇ ମହଲା ପାଣିରେ ଅଛି । ଏହି ଅଣ୍ଡର ଗ୍ରାଉଣ୍ଡ ହୋଟେଲ ନିର୍ମାଣ ପାଇଁ ପ୍ରାୟ ୧୦ ବର୍ଷ ଏବଂ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ୮୮ ମିଟର ଗଭୀର ହୋଟେଲକୁ ଇଣ୍ଟରକଣ୍ଟିନେଣ୍ଟାଲ୍ ସାଂଘାଇ ୱାଣ୍ଡରଲ୍ୟାଣ୍ଡ ଏବଂ ଶିମାଓ କ୍ୱାରି ହୋଟେଲ ନାମରେ ନାମିତ କରାଯାଇଛି । ନ୍ୟାସନାଲ ଜିଓଗ୍ରାଫିକ୍ ଏହି ହୋଟେଲକୁ ବିଶ୍ୱର ଅନନ୍ୟ ସ୍ଥାପତ୍ୟ ଭାବରେ ନାମିତ କରିଛି । ଏହି ହୋଟେଲକୁ ବ୍ରିଟିଶ ସ୍ଥପତି ମାର୍ଟିନ ଜୋକମ୍ୟାନ ଡିଜାଇନ୍ କରିଛନ୍ତି । ଏହି ହୋଟେଲରେ ରହିବା ପାଇଁ ଏକ ରାତିର ଭଡା ପ୍ରାୟ ୩୫ ହଜାର ଟଙ୍କା । ଯେଉଁଠାରେ ଏହି ହୋଟେଲ ନିର୍ମାଣ କରାଯାଉଛି, ପୁର୍ବରୁ ସେହିଠାରେ ଏକ ଗର୍ତ୍ତ ଥିଲା । ସ୍ଥପତି ମାର୍ଟିନ କହିଛନ୍ତି ଯେ ଏହାର ପରିକଳ୍ପନା ସମୟରେ ସହର ଓ ପ୍ରକୃତି ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ସେ ଏକ ଉତ୍ତମ ଧାରଣା ଦେଇଛନ୍ତି । ଏହି ଅନନ୍ୟ ହୋଟେଲରେ ୩୩୬ ରୁମ୍ ଓ ଏଥିରେ ପଥର ଚଢିବା, ବଙ୍ଗି ଜମ୍ପ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ । ଏହି ହୋଟଲକୁ ଏପରି ଡିଜାଇନ୍ କରାଯାଇଛି ଯେ ପ୍ରତ୍ୟେକ କୋଠରୀରେ ଜଳପ୍ରପାତର ଦୃଶ୍ୟ ରହିଛି । ଏହି କ୍ୱାରି ହୋଟେଲ ହଙ୍ଗକିଆଓ ବିମାନବନ୍ଦର ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ ।




admin 