ଦିଲ୍ଲୀ ମେଟ୍ରୋରେ ମହିଳା କରିବେ ମାଗଣା ଯାତ୍ରା

ଦିଲ୍ଲୀ ମେଟ୍ରୋରେ ମହିଳା କରିବେ ମାଗଣା ଯାତ୍ରା

ଦିଲ୍ଲୀ ମେଟ୍ରୋରେ ମହିଳା କରିବେ ମାଗଣା ଯାତ୍ରା
ନୂଆଦିଲ୍ଲୀ: ଆଗାମୀ ବର୍ଷର ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଥିବାରୁ ଆମ୍ ଆଦମି ପାର୍ଟି ଏକ ବଡ ଘୋଷଣା କରିଛନ୍ତି । ଦିଲ୍ଲୀରେ ମହିଳା ମାନେ ମେଟ୍ରୋ ଓ ଡିଟିସି ବସରେ ଫ୍ରିରେ ଯାତ୍ରା କରି ପାରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରେସ୍ କନଫ୍ରେସରେ ଏହାର ଘୋଷଣା କରିଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀରେ ମହିଳାମାନେ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ୨ ଫଇସଲା ନିଆଯାଇଛି । ଦିଲ୍ଲୀ ସରକାର ଦିଲ୍ଲୀ ମେଟ୍ରୋ ଓ ଡିଟିସି ବସରେ ମାହିଳା ମାନେ ମାଗଣାରେ ଯାତ୍ରା କରିପାରିବେ । ମାଗଣାରେ ମହିଳାଙ୍କ ଯାତ୍ରା ଦ୍ୱାରା ଡିଏଏମଆରସିର ହେବାକୁ ଥିବା କ୍ଷତିପୂରଣ ଦିଲ୍ଲୀ ସରକାର ଦେବେ ।