ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କୁ  କରୋନା
ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ନିଜେ ସିସୋଦିଆ ଟ୍ୱିଟ୍ଟର ଜରିଆରେ ଏହା ଘୋଷଣା କରିଛନ୍ତି । ଜ୍ୱରର ଲକ୍ଷଣ ଦେଖା ଦେବା ପରୋ ସିସୋଦିଆ ନିଜର କରୋନା ପରୀକ୍ଷଣ କରାଇଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ନିଜକୁ ହୋମ ଆଇସୋଲେସନରେ ରଖିଛନ୍ତି ସିସୋଦିଆ । ତେବେ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନଥିବା ନେଇ ଟ୍ୱିଟ କରିଛନ୍ତି ସିସୋଦିଆ । ଆପଣ ମାନଙ୍କ ଆଶୀର୍ବାଦ ଦ୍ୱାରା ମୁ ଖୁବ ଶୀଘ୍ର କର୍ମକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରିବି ବୋଲି ସିସୋଦିଆ ଟ୍ୱିଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ଦୈନିକ ପରୀକ୍ଷଣ ୬୦ ହଜାର ପରୀକ୍ଷଣ ହେଉଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି ।