ଦିନକରେ ୧୮,୩୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଦିନକରେ ୧୮,୩୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଦିନକରେ ୧୮,୩୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ପ୍ରାୟ ଜିଲ୍ଲାରେ ଲକଡାଉନ କରାଯାଇଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୧୮,୩୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୧୦୮ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୫୭ ହଜାର ୬୫୬ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ ଲକ୍ଷ ୯୨ ହଜାର ୮୮ ରେ ପହଂଚିଛି । ଦେଶରେ ୧,୮୦, ୩୦୪ ଜଣ କରୋନା ଆକ୍ରାନ୍ତରେ ସକ୍ରିୟ ରହି ଚିକିତ୍ସୀତ ହେଉଛନ୍ତି । ସେହପିରି ୧,୦୮,୫୪, ୧୨୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।