ଦିନକରେ ସର୍ବାଧିକ ୯୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ
ଦିନକରେ ସର୍ବାଧିକ ୯୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ
admin
Sep 12, 2020 - 05:08
Updated: Sep 12, 2020 - 05:08
ନୂଆଦିଲ୍ଲୀ : ଦେଶରେ କରୋନା ଏବେ ଅଣାୟତ୍ତ । ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବୃଦ୍ଧି ହେବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୯୭ ହଜାର ୫୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ହଜାର ୨୦୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଲକ୍ଷ ୫୯ ହଜାର ୯୮୫କୁ ବୃଦ୍ଧି ହୋଇଥିବାବେଳେ ୭୭ ହଜାର ୪୭୨ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ୯ ଲକ୍ଷ ୫୮ ହଜାର ୩୧୬ ରହିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୩୬ ଲକ୍ଷ ୨୪ ହଜାର ୧୯୭ରେ ପହଞ୍ଚିଛି ।
ଆଇସିଏମ୍ଆର୍ ସୂଚନା ଅନୁସାରେ ସେପ୍ଟେମ୍ବର ୧୧ ସୁଦ୍ଧା ଦେଶରେ ମୋଟ୍ ୫ କୋଟି ୫୦ ଲକ୍ଷ ସାମ୍ପଲ୍ ଟେଷ୍ଟ ହୋଇଥିବାବେଳେ ଗତକାଲି ୧୧ ଲକ୍ଷ ସାମ୍ପଲ୍ ଟେଷ୍ଟ ହୋଇଥିବାର ସୂଚନା ରହିଛି । କରୋନା ଭାଇରସର ୫୪ ପ୍ରତିଶତ ମାମଲା ୧୮ ବର୍ଷରୁ ୪୪ ବର୍ଷଙ୍କମଧ୍ୟରେ ରହିଛି । ସେହିପରି କରୋନାରେ ମୃତ୍ୟୁ ବରଣ କରୁଥିବାବେଳେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୫୧ ପ୍ରତିଶତ ରହିଛି ।