ଦୁଃଖଦ ଖବର : ଅଭିନେତା ସମୀର ଖାଖରଙ୍କ ପରଲୋକ

ଦୁଃଖଦ ଖବର : ଅଭିନେତା ସମୀର ଖାଖରଙ୍କ ପରଲୋକ

ମୁମ୍ବାଇ : ଲୋକପ୍ରିୟ ଟିଭି ସୋ‌’ ‘ନୁକ୍କଡ଼’ରେ ଖୋପଡ଼ି ଭୂମିକାରେ ଅଭିନୟ କରିଥିବା ଭେଟେରାନ୍ ଅଭିନେତା ସମୀର ଖଖରଙ୍କର ୭୧ ବର୍ଷ ବୟସରେ ପରଲୋକ ହୋଇଛି। ଆଜି ତାଙ୍କ ଭାଇ ଗଣେଶ ଖଖର ଏହି ଖବର ନିଶ୍ଚିତ କରିଛନ୍ତି। ସଲମାନ ଖାନଙ୍କ ଫିଲ୍ମ ‘ଜୟ ହୋ’ରେ ଅଭିନୟ କରିଥିବା ସମୀରଙ୍କର ଏକାଧିକ ଅଙ୍ଗ କାର୍ଯ୍ୟ ନକରିବା ହେତୁ ମୃତ୍ୟୁ ହୋଇଛି।

ସେ ଶୋଇଥିବାବେଳେ ଚେତାଶୂନ୍ୟ ହୋଇ ଯାଇଥିଲେ। ତାଙ୍କୁ ବୋରିଭାଲିର ଏମ୍ ଏମ୍‌ ଡାକ୍ତରଖାନାରେ ଭର୍ତ୍ତି କରଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ଭୋର୍‌ ୪.୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବଲିଉଡ୍‌ ଅଭିନେତା, ଅଭିନେତ୍ରୀ ତାଙ୍କ ଶେଷ ଦର୍ଶନ କରିବା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବନ୍ଧୁ, ପରିଜନ, ସେଲିବ୍ରିଟିମାନଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।