ଥାନାରେ ପଶି ପୋଲିସକୁ ପ୍ରବଳ ପିଟିଲେ ଗ୍ରାମବାସୀ

ଥାନାରେ ପଶି ପୋଲିସକୁ ପ୍ରବଳ ପିଟିଲେ ଗ୍ରାମବାସୀ

ଥାନାରେ ପଶି ପୋଲିସକୁ ପ୍ରବଳ ପିଟିଲେ ଗ୍ରାମବାସୀ


ମୋହନା : ଥାନ ଭିତରେ ବିଶୃଙ୍ଖଳା । ଗ୍ରାମବାସୀମାନେ ଅଡବା ଥାନାରେ ପଶି ପୋଲିସକୁ ଆକ୍ରମଣ କରିବା ସହ ଥାନାରେ ଭଙ୍ଗା ରୁଜା କରିଛନ୍ତି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକରେ । ଏହି ବ୍ଲକର ସ୍ଥାନୀୟ ୬ ପଂଚାୟତବାସୀ ଥାନାରେ ପଶି ପୋଲିସକୁ ଆକ୍ରମଣ କରିଛନ୍ତି । ପୋଲିସର ରାତିଅଧିଆ ଚଢାଉ ପାଇଁ ପ୍ରତିବାଦ କରି ଲୋକମାନେ ଏହି ଆକ୍ରମଣ କରିଛନ୍ତି । 


ସୂଚନା ଅନୁସାରେ ଝରଣପୁର ଗାଁ’ରେ ପୋଲିସ୍‌ ଚଢାଉ କରି ଜଣଙ୍କୁ ଉଠାଇ ନେଇଛି । ଗଂଜେଇ କାରବାର ମାମଲାରେ ପୋଲିସ୍‌ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ପୋଲିସ୍‌ ମିଛ ମମେଲା ରୁଜୁ କରି ଉଠାଇ ନେଇଥିବା ଲୋକମାନେ ଅଭିଯୋଗ କରିଛନ୍ତିି । ତେଣୁ ଏହିଭଳି ମିଛ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି  ଗ୍ରାମବାସୀମାନେ ଥାନାରେ ପଣି ଏଭଳି କାଣ୍ଡ ଘଟାଇଛନ୍ତି । ଗ୍ରାମବାସୀଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଅଡବା ଥାନା କିଛି ସମୟ ପାଇଁ କର୍ମଚାରୀ ଶୂନ୍ୟ ହୋଇଯାଇଥିଲା ।