ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ଶୋଭାଯାତ୍ରା

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ଶୋଭାଯାତ୍ରା

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର: ଏଆଇସିସି ନିର୍ଦ୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ଵର ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟ ଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ରାମମନ୍ଦିର ଦେଇ ପୁଣି ଦଳୀୟ କାର୍ୟ୍ୟାଳୟ କୁ ଫେରିଆସିଥିଲା ।  ପେଟ୍ରୋଲ ଡିଜେଲ ଲିଟର ପିଛା ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଜନ ଜାଗରଣ ଓ ଜନ ସଚେତନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ନିଶ୍ଚିତ ଭାବେ ଏହାର ପ୍ରଭାବ ପଡ଼ିବ । ଯେଉଁଭଳି ଭାବେ ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ବଢ଼ୁଛି, ସେଥିପାଇଁ ସବୁ ଜିନିଷର ଦାମ ମଧ୍ୟ ବଢ଼ୁଛି ।  ଫଳରେ ଲୋକ  ମଧ୍ୟ ହନ୍ତସନ୍ତ ହେଉଛନ୍ତି। ତା ’ ବିରୋଧରେ ପ୍ରତିବାଦ କରୁଛୁ । ଏହାବାଦ ଆସନ୍ତା ୧୫ ତାରିଖରେ ବାମ ଦଳ ପକ୍ଷରୁ ଦିଆଯାଇଥିବା ପେଟ୍ରୋଲ ନ ପକାଇବା ଡାକରାକୁ କଂଗ୍ରେସ ସମର୍ଥନ କରିବ । ଗୋଟିଏ ଦିନ କେହି ଡିଜେଲ, ପେଟ୍ରୋଲ, ଗ୍ୟାସ ନ କିଣିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଉଛି ।  ୧୭ ତାରିଖରେ ଦସ୍ତଖତ ସଂଗ୍ରହ କରି ଦରଦାମ କମାଇବା ପାଇଁ ସରକାରଙ୍କ ପାଖରେ ଦାବି ଜଣାଇବୁ ବୋଲି କହିଛନ୍ତି ପିସିସି ସଭାପତି ।


ଉକ୍ତ କାର୍ୟ୍ୟକ୍ରମରେ ଏଆଇସିସି ସମ୍ପାଦକ ବି ରୁଦ୍ର ରାଜୁ , ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ନବନିଯୁକ୍ତ ଓଡ଼ିଶା ପ୍ରଭାରୀ  ଅନୁଲେଖା ବୁସା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ , ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନାୱାଜ, ସତ୍ୟପ୍ରକାଶ ନାୟକ, ସଧାରଣ ସମ୍ପାଦକ ଯୁବ କଂଗ୍ରେସ  କଟକ ଡକ୍ଟର ବିପ୍ଳବ ଶିଳାଦିତ୍ୟ , କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦୀପକ ମହାନ୍ତି , ସତିଶ ଶେଖର, ସଦାଶିବ ବାରିକ, ଅନିରୁଦ୍ଧ ଦାସ, ଆଶୁତୋଷ ରାଉତ୍ ଙ୍କ ସହିତ କଂଗେସ ର ବରିଷ୍ଠ ନେତୃମଣ୍ଡଳୀ ଓ ହଜାର ହଜାର କଂଗ୍ରେସ କର୍ମୀ ସାମିଲ  ହୋଇଥିଲେ