ତୃତୀୟ ବିବାହ ପଡିଲା ମହଙ୍ଗା ।

ତୃତୀୟ ବିବାହ ପଡିଲା ମହଙ୍ଗା ।

ତୃତୀୟ ବିବାହ ପଡିଲା ମହଙ୍ଗା ।
ଘରେ ସ୍ତ୍ରୀ ଥାଉ ଥାଉ ପୁଣିଥରେ ବିବାହ ପଡିଲା ମହଙ୍ଗା । ବାହା ବେଦୀରୁ ବରକୁ ଉଠାଇ ନେଲା ପୋଲିସ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ତୃତୀୟ ବିବାହ କରିବା ସମୟରେ ବରକୁ ବାହାବେଦୀରୁ ଗିରଫ କରିଛି ଧଳାପଥର ଫାଣ୍ଡି ପୋଲିସ । ବୋଲଗଡ ଥାନା ଅଧିନସ୍ଥ ମାଗୁରାର ଶିବପ୍ରସାଦ ମଙ୍ଗରାଜ ତୃତୀୟ ବିବାହ କରୁଥିଲେ । ଧବଳେଶ୍ୱରଙ୍କ ପୀଠରେ ଫତେଗଡର ଜଣେ କନ୍ୟାଙ୍କ ସହିତ ହେଉଥିଲା ତାଙ୍କର ତୃତୀୟ ବିବାହ । ଏପରି କି କନ୍ୟାପକ୍ଷ ଲୋକଙ୍କୁ ପୂର୍ବରୁ ବିବାହିତ ବୋଲି ଜଣାଇନଥିଲେ ଶିବ ପ୍ରସାଦ । ହେଲେ କୌଣସି ସୂତ୍ରରୁ ଶିବପ୍ରସାଦ ବିବାହ କରୁଥିବା ଖବର ପାଇ ଧଳାପଥର ଫାଣ୍ଡିରେ ଅଭିଯୋଗ କରିଥିଲେ ଶିବପ୍ରସାଦଙ୍କ ଦ୍ୱିତୀୟ ପତ୍ନୀ । ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ବାହାବେଦୀରୁ ଶିବପ୍ରସାଦଙ୍କୁ ଗିରଫ କରିଛି ।