ତିନୋଟି ଅଜଗର ଉଦ୍ଧାର

ତିନୋଟି ଅଜଗର ଉଦ୍ଧାର

ତିନୋଟି ଅଜଗର ଉଦ୍ଧାର
ଖୋର୍ଦ୍ଧା : ବନ ବିଭାଗ ଆଜି ତିନୋଟି ଅଜଗର ସାପ ଉଦ୍ଧାର କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ବ୍ଲକ , ଅଙ୍ଗାର ପଡ଼ା ପଂଚାୟତ ର ପାଣିଓରା ଗ୍ରାମରେ ଥିବା ଏକ ଅବ୍ୟବହୃତ କୋଠାର ପରିସରରେ ଲୁଚି ରହିଥିବା ତିନୋଟି ଅଜଗର ସାପଙ୍କୁ କୋଠାର ନିରାପତ୍ତା ରଖି ଠାବ କରିଥିଲେ । ପରେ ବନ ବିଭାଗ କର୍ମଚାରୀ ମାନେ ଆସି ଏହି ତିନୋଟି ଅଜଗର ସାପଙ୍କୁ ଉଦ୍ଧାର କରିଥିଲେ । ସାପ ଗୁଡିକର ଲମ୍ବ ୧୦ ଫୁଟ ହୋଇଥିବା ବେଳେ ବୟସ ୩ ରୁ ୪ ବର୍ଷ ବୋଲି ଅନୁମାନ କରାଯାଇଛି ।