ଟ୍ରକ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ।

ଟ୍ରକ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ।

ଟ୍ରକ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ।
ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଅଘଟଣ । ଟ୍ରକ୍ ଆଗକୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା । ବାଲେଶ୍ୱର ଜିଲ୍ଲାର ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ନିକଟରେ ଆଜି ସକାଳେ କିଛି ଲୋକ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ଯୁବକ ଟ୍ରକ୍ ଆଗକୁ ଡେଇଁ ପଡ଼ି ଆତ୍ମହତ୍ୟା କରିବା ଦେଖିବାକୁ ମିଳିଥିଲା । ମୃତ ଯୁବକ ବାଲେଶ୍ୱର ଜିଲ୍ଲା ଜଡ଼ିନା ପଞ୍ଚାୟତ ଭଡ଼ରାପଦା ଗାଁର କେଶବ ଚନ୍ଦ୍ର ବେହେରା ବୋଲି ଜଣାଯାଇଛି । କେଶବ ଚନ୍ଦ୍ର ବେହେରା ମାନସିକ ବ୍ୟାଧିଗ୍ରସ୍ତ ଥିଲେ ଏବଂ ତାଙ୍କର ସୋର ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା। ଆଜି ସକାଳେ ସେ କାହାକୁ କିଛି ନ କହି ଡାକ୍ତରଖାନାରୁ ଚାଲିଆସି ଏକ ଅଜଣା ଟ୍ରକ୍ ଉପରକୁ ଡେଇଁ ପଡ଼ିଥିବା କୁହାଯାଇଛି।