ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡିର ଜେରା
ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡିର ଜେରା
କୋଲକାତା: କୋଇଲା ଘୋଟାଲା ସହ ସମ୍ପୃକ୍ତ ମନି ଲଣ୍ଡରିଂ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) କେନ୍ଦ୍ରୀୟ ସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡି ଜେରା କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ଦିଲ୍ଲୀର ଜାମନଗର ହାଉସ ସ୍ଥିତ କେନ୍ଦ୍ରୀ ଏଜେନ୍ସି (ଇଡି) କାର୍ୟ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲେ । ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଏବଂ ଇଡିର ତଦନ୍ତରେ ପୁଣି ସହଯୋଗ କରିବେ ବୋଲି ଅଭିଷେକ କହିଛନ୍ତି । ମନ ଲଣ୍ଡରିଂ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ଅଭିଷେକଙ୍କ ବୟାନକୁ ରେକର୍ଡ କରିଥିଲେ ତଦନ୍ତକାରୀ ଅଫିସର । ଆସାନସୋଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ଖଣିରୁ ବେଆଇନ କୋଇଲା ଉତ୍ତୋଳନରେ ୧,୩୫୨ କୋଟି ଟଙ୍କା ହେରଫେର ହୋଇଥିବା ମାମଲାର ସିବିଆଇ ପ୍ରାଥମିକ ତଦନ୍ତରେ ଅଭିଯୋଗ ହୋଇଥିଲା । ୨୦୨୦ ମସିହା ନଭେମ୍ବର ମାସରେ ଏହି ମାମଲାର ତଦନ୍ତ ଭାର ଇଡିକୁ ଦିଆଯାଇଥିଲା । ଏହି ମାମଲାରେ ଇଡି ଅଭିଷେକଙ୍କ ପତ୍ନୀ ରୁଜିରାଙ୍କୁ ପଚରା ଉଚରା ପାଇଁ ଗତ ୧ ତାରିଖରେ ଦିଲ୍ଲୀ କାର୍ୟ୍ୟାଳୟରେ ହାଜର ହେବାକୁ ନୋଟିସ ପଠାଇଥିଲା ।




admin 