ଟିଏମସି ଲୋଗୋରୁ ହଟିଲା କଂଗ୍ରେସ

ଟିଏମସି ଲୋଗୋରୁ ହଟିଲା କଂଗ୍ରେସ

ଟିଏମସି ଲୋଗୋରୁ ହଟିଲା କଂଗ୍ରେସ
କଲକତା:କଂଗ୍ରେସଠାରୁ ପୃଥକ ହେବାର ୨୨ ବର୍ଷ ପରେ ମମତା ବନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି) ଏହାର ଦଳୀୟ ଲୋଗୋରୁ କଂଗ୍ରେସ ନାମ ହଟାଇ ଦେଇଛି । ନୂତନ ଲୋଗୋରେ ନୀଳ ଫଳକ ଉପରେ କେବଳ ଦୁଇଟି ଫୁଲର ଚିତ୍ର ସହିତ ସବୁଜ ରଙ୍ଗରେ ତୃଣମୂଳ ଲେଖାଥବା ଦେଖିବାକୁ ମିଳୁଛି । ବିଗତ ଦୁଇ ସପ୍ତାହ ହେବ ଟିଏମସି ପକ୍ଷରୁ ଏହି ଲୋଗୋ ବ୍ୟବହାର କରାଯାଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୯୯୮ରେ କଂଗ୍ରେସ ଠାରୁ ବିଚ୍ଛିନ୍ନ ହୋଇ ତୃଣମୂଳ କଂଗ୍ରେସ ଗଠନ କରିଥଲେ । ତତକାଳୀନ ଶାସକ ସିପିଆଇଏମ ବିରୋଧରେ ଟିଏମସି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲା । ସମ୍ପ୍ରତି କେବଳ ଲୋଗୋ ନୁହେଁ; ଦଳୀୟ ଦସ୍ତାବିଜରୁ ମଧ୍ୟ କଂଗ୍ରେସର ନାମ ବାଦ୍ ଦିଆଯାଇଥିବା ଜଣା ପଡିଛି । ନିର୍ବାଚନ କମିଶନଙ୍କ ନିକଟରେ ଏହା ତୃଳମୂଳ କଂଗ୍ରେସ ଭାବେ ପଞ୍ଜିକୃତ ହୋଇ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ । ମମତା,ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତୃଣମୂଳ ନେତା ଡେରେକ ଓବ୍ରେନଙ୍କ ଫେସବୁକ ଓ ଟ୍ୱିଟର ଆକାଉଟଂରେ ନୂତନ ଲୋଗୋ ବ୍ୟବହାର କରାଯାଉଛି ।