ଟାଇଗରଙ୍କୁ ଛାଡ଼ି ଜ୍ୟାକିଙ୍କ ପ୍ରଶଂସକ ପାଲଟିଲେ ଦିଶା ପଟାନି

ଟାଇଗରଙ୍କୁ ଛାଡ଼ି ଜ୍ୟାକିଙ୍କ ପ୍ରଶଂସକ ପାଲଟିଲେ ଦିଶା ପଟାନି

ଟାଇଗରଙ୍କୁ ଛାଡ଼ି ଜ୍ୟାକିଙ୍କ ପ୍ରଶଂସକ ପାଲଟିଲେ ଦିଶା ପଟାନି
ଅଭିନେତ୍ରୀ ଦିଶା ପଟାନି ଓ ଟାଇଗର ଶ୍ରଫଙ୍କ ସମ୍ପର୍କକୁ ନେଇ ବଲିଉଡରେ ଅନେକ ଚର୍ଚ୍ଚା ହେଉଥିଲେ ହେଁ ଦୁହେଁ କେବଳ ଭଲ ବନ୍ଧୁ ବୋଲି କହି ଆସୁଛନ୍ତି । ଏବେ କିନ୍ତୁ ଦିଶା ଟାଇଗରଙ୍କ ବାପା ଜାକି ଶ୍ରଫଙ୍କ ବହୁତ ପ୍ରଶଂସା କରିଛନ୍ତି । ଫିଲ୍ମ ‘ରାଧେ’ ରେ ଦିଶାଙ୍କ ସହ ସଲମାନ ଖାନ ଓ ଜାକି ଅଭିନୟ କରିଛନ୍ତି । ଏକ ସାକ୍ଷାତକାରରେ ଦିଶା ଜାକିଙ୍କ ସମ୍ପର୍କରେ ବହୁତ ଗୁଡ଼ିଏ କଥା କହିଛନ୍ତି । ବମ୍ବେ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଦିଶା କହିଛନ୍ତି, ଜାକି ବହୁତ ମେଳାପୀ । ସମସ୍ତଙ୍କୁ ତାଙ୍କ ସହ ଭଲ ଲାଗେ । ସେ ସର୍ବଦା ନିଜ କାମକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଭଲ ଅଭିନେତା ଏବଂ କେହି ବି ତାଙ୍କ ଅଭିନୟକୁ ଅଣଦେଖା କରିପାରିବେ ନାହିଁ । ଲକଡାଉନ ପାଇଁ ଜାକି ଏବେ ନିଜ ଫାର୍ମ ହାଉସରେ ରହୁଛନ୍ତି । ମୁମ୍ବାଇ-ପୁଣେ ମଧ୍ୟରେ ପଡୁଥିବା ତାଙ୍କ ଫାର୍ମ ହାଉସରେ ଜାକି ରହୁଛନ୍ତି । ତେବେ ତାଙ୍କ ପତ୍ନୀ ଆୟଶ, ପୁଅ ଟାଇଗର, ଝିଅ କୃଷ୍ଣା ମୁମ୍ବାଇ ସ୍ଥିତ ଘରେ ରହୁଛନ୍ତି । ଜାକିଙ୍କ ପତ୍ନୀ ସ୍ପଟବୟକୁ ଏକ ସାକ୍ଷାତକାର କହିଥିଲେ, ଜାକି କିଛି ଗଛପତ୍ର ଲଗାଇବା ପାଇଁ ଫାର୍ମହାଉସକୁ ଯାଇଥିଲେ । ଜାକି ଇନଷ୍ଟାଗ୍ରାମରେ ମଧ୍ୟ ଫାର୍ମହାଉସରେ ଥିବା କିଛି ଫଟୋ ଓ ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଥିଲା ।