ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଭିନେତାଙ୍କ ମୃତଦେହ

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଭିନେତାଙ୍କ ମୃତଦେହ

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଭିନେତାଙ୍କ ମୃତଦେହ
ନୂଆଦିଲ୍ଲୀ - ଟେଲିଭିଜନ ଅଭିନେତା କୁଶାଲ ପଞ୍ଜାବୀ ଆତ୍ମହତ୍ୟା କରିଛନ୍ତି । ‘ଇସ୍କ ମେ ମରଜୱା’ ଏବଂ ‘ହମ ତୁମ’ ପରି ସୋରେ ଅଭିନୟ କରିଥିବା କୁଶାଲ ଗତ ରାତିରେ ମୁମ୍ବାଇର ପାଲି ହିଲ ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ମୃତୁ୍ୟ ଖବର ଟିଭି ଇଣ୍ଡଷ୍ଟି୍ରରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବନ୍ଧୁମାନେ ଏଭଳି ମୃତୁ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଗତ ରାତି ୧୧.୩୦ ସମୟରେ କୁଶାଲଙ୍କୁ ତାଙ୍କ ବାସଭବନରେ ସିଲିଂରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥଲେ ମଧ୍ୟ ତାଙ୍କର ମୃତୁ୍ୟ ହୋଇଯାଇଥିଲା । କୁଶାଲଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତା ଚେତନ ହଂସରାଜ କହିଛନ୍ତି, କୁଶାଲ ଗତ କିଛି ଦିନ ଧରି ଅବସାଦଗ୍ରସ୍ତ ଥିଲେ । କାମ ମିଳୁନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା ବୋଲି ଜଣାପଡ଼ିଛି । କୁଶାଲଙ୍କ ବାସଭବନରୁ ପୁଲିସ ଏକ ଦେଢ଼ ପୃଷ୍ଠାର ସୁଇସାଇଡ ନୋଟୟ ପାଇଛି । ତାଙ୍କ ମୃତୁ୍ୟ ପାଇଁ ସେ କାହାକୁ ଦାୟୀ କରିନାହାନ୍ତି । ସୁଇସାଇଡ ନୋଟରେ କୁଶାଲ ଦର୍ଶାଇଛନ୍ତି ଯେ ତାଙ୍କ ସମ୍ପତ୍ତିର ୫୦ ପ୍ରତିଶତ ତାଙ୍କ ବାପା ମା’ଏବଂ ଭଉଣୀମାନଙ୍କ ମଧ୍ୟରେ ବଣ୍ଟାଯିବ ଏବଂ ବାକି ୫୦ ପ୍ରତିଶତ ୩ ବର୍ଷର ପୁଅ କିଆନକୁ ଦିଆଯିବ । ୟୁରୋପୀୟ ଗର୍ଲଫ୍ରେଣ୍ଡ ଅଡ୍ରେ ଡୋଲେନଙ୍କୁ କୁଶାଲ ୨୦୧୫ରେ ବିବାହ କରିଥିଲେ ।