ଝିଅମାନଙ୍କର ପସନ୍ଦ ମୋଟା ଯୁବକ, ଜାଣନ୍ତୁ କେଉଁ ଦେଶରେ

ଝିଅମାନଙ୍କର ପସନ୍ଦ ମୋଟା ଯୁବକ, ଜାଣନ୍ତୁ କେଉଁ ଦେଶରେ

ଝିଅମାନଙ୍କର ପସନ୍ଦ ମୋଟା ଯୁବକ, ଜାଣନ୍ତୁ କେଉଁ ଦେଶରେ

ବିବାହ ହେଉଛି ଦୁନିଆର ସବୁଠୁ ପବିତ୍ର ସମ୍ପର୍କ  । କୁହାଯାଏଯେ, ଗୋଟେ ଭଲ ଜୀବନ ସାଥୀ ଜୀବନକୁ ସ୍ୱର୍ଗ କରିଦିଅନ୍ତି । କିନ୍ତୁ ବର୍ତମାନ ଝିଅଙ୍କ ପସନ୍ଦ ବଦଳି ଗଲାଣି । କିଏ ଧନୀ ପୁଅ ଚାହୁଁଛି ତ କିଏ ହ୍ୟାଣ୍ଡସମ୍ ପୁଅ । ହେଲେ ଯଦି କୌଣସି ପୁଅ ମୋଟା କିମ୍ବା ଦେଖିବାକୁ ଆକର୍ଷଣୀୟ ହୋଇନଥାନ୍ତି, ସେମାନଙ୍କୁ କେହି ପସନ୍ଦ କରନ୍ତି ନାହିଁ । କିନ୍ତୁ ଏମିତି ଜନଜାତି ଅଛନ୍ତି ଯେଉଁମାନଙ୍କ ଜୀବନ ଶୈଳୀ ଓ ପସନ୍ଦ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଇଥୋପିଆର ସୁଦୂର ଇଲାକାରେ ରହୁଥିବା ବୋଦୀ ଜନଜାତିର ଲୋକଙ୍କ ମଧ୍ୟରେ ପ୍ରତିବର୍ଷ ଏକ ପ୍ରତିଯୋଗିତା ହୋଇଥାଏ । ସେଥିରେ ଦେଖାଯାଏ ଯେ କେଉଁ ପୁରୁଷ ମୋଟା । ଯିଏ ଏହି ପ୍ରତିଯୋଗିତାରେ ଜିତି ଥାଏ । ତାକୁ ସବୁଠୁ ହ୍ୟାଣ୍ଡସମ୍ ବୋଲି ଧରାଯାଏ ଓ ତାକୁ ବିବାହ କରିବା ପାଇଁ ଝିଅମମାନଙ୍କ ଲାଇନ୍ ଲାଗିଥାଏ । ଏଠାରେ ଲୋକମାନେ ମୋଟା ହେବାକୁ ବହୁତ ପରିଶ୍ରମ କରନ୍ତି । ମୋଟା ହେବା ପାଇଁ ସେମାନେ କ୍ଷୀର ସହ ରକ୍ତ ପିଇବାକୁ ପସନ୍ଦ କରିଥାନ୍ତି । ଏହି ପ୍ରତିଯୋଗିତା ପୂର୍ବରୁ ପୁରୁଷମାନେ ଅଲଗା କୁଡିଆରେ ରୁହନ୍ତି । ଏହି ସମୟରେ ପୁରୁଷ ଓ ନାରୀ ମଧ୍ୟରେ ଯୌନ ସମ୍ପର୍କ ରଖିବାକୁ ବାରଣ କରାଯାଏ । ପୁରୁଷମାନେ ଅଲଗା ରହୁଥିବା ସ୍ଥାନରେ ଅନେକ ପ୍ରକାର ରୋଗ ହେବାର ମଧ୍ୟ ଆଶଙ୍କା ଥାଏ । କିନ୍ତୁ ସେମାନେ ବିନା ଡରରେ ରୁହନ୍ତି । ଏହି ଜନଜାତିର ପୁରୁଷମାନେ ଅଧିକ ମୋଟା ହେଲେ ହ୍ୟାଣ୍ଡସମ୍ ବୋଲି ଧରାଯାଉଥିବା ବେଳେ ଝିଅମାନଙ୍କ ଶରୀରରେ ଯେତେ ଅଧିକ ଦାଗ ରହିବ ସେ ସେତେ ସୁନ୍ଦର ବୋଲି କୁହାଯାଏ । ତେଣୁ ଝିଅମାନଙ୍କ ଶରୀରକୁ କାଟି ଜାଣି ଶୁଣି ଦାଗ କରାଯାଏ । ଏମିତି ଝିଅମାନଙ୍କୁ ଏହି ଜନଜାତିର ପୁୁରୁଷ ମାନେ ଅଧିକ ପସନ୍ଦ କରଥାନ୍ତି ।