ଝାଡ଼ୁ ଧରିବେ କି ସୋନୁ
ଝାଡ଼ୁ ଧରିବେ କି ସୋନୁ
ମୁମ୍ବାଇ: ପୁଣି ଚର୍ଚ୍ଚାରେ ସୋନୁ ସୁଦ୍ । ବଲିଉଡର ଏହି ତାରକା ନିକଟରେ ଆୟକର ଚଢ଼ାଉକୁ ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ତାଙ୍କୁ ନେଇ ରାଜନୈତିକ ଚର୍ଚ୍ଚା । ସୋନୁ ଖୁବଶୀଘ୍ର ଆମ ଆଦ୍ମି ପାର୍ଟି (ଆପ୍)ରେ ମିଶିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ବୁଧବାର ସୋନୁ ଆମ ଆଦମି ପାର୍ଟିର କେତେକ ବରିଷ୍ଠ ନେତାଙ୍କୁ ଭେଟି ଆଲୋଚନା କରିଥିବା କୁହାଯାଉଛି । ଏହି ବୈଠକରେ ଗୁଜରାଟର କିଛି ଉଦ୍ୟୋଗପତି ଥିବା ସୂତ୍ରରୁ ଖବର ମିଳିଛି ।
୨୦୨୨ରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ଆପ୍ ଓହ୍ଲାଇବ । ଏହା ପୂର୍ବରୁ ସୋନୁ ସୁଦ୍ଙ୍କୁ ଦଳରେ ମିଶାଇ ଆପ୍ କିଛି ବଡ଼ ଘୋଷଣା କରିପାରେ । ଏ ନେଇ ଦଳ ବିଚାର ବିମର୍ଷ ଚଳାଇଛି । ସୋନୁଙ୍କ ଏକ ବଡ଼ ଭୂମିକାରେ ଓହ୍ଲାଇବା ନେଇ ଆପ୍ ବିଚାର କରୁଛି । ଏନେଇ ଗୁଜରାଟର କିଛି ଶିଳ୍ପପତିଙ୍କ ମତ ମଧ୍ୟ ନିଆଯାଇଛି । ଗତ କିଛିଦିନ ତଳେ ସୋନୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲଙ୍କୁ ମଧ୍ୟ ଭେଟିଥିଲେ । ଏପରିକି ଦିଲ୍ଲୀ ସରକାର ଏକ କାର୍ଯ୍ୟକ୍ରମ ପାଇଁ ସୋନୁଙ୍କୁ ବ୍ରାଣ୍ଡ ଆମ୍ବାସାଡାର କରିଛି । ନିକଟରେ ସୋନୁଙ୍କ ଘର ଓ ଅଫିସରେ ଆୟକର ଚଢାଉ କରିଥିବାବେଳେ ସୋନୁଙ୍କ ସମର୍ଥନରେ ବାହାରିଥିଲେ କେଜି୍ରୱାଲ । ଆପ୍ ମଧ୍ୟ ଏଭଳି ଚଢ଼ାଉ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।




admin 