ଜେଇଇ ମେନ୍‌ ପରୀକ୍ଷାକୁ ନେଇ ବଡ଼ ସୂଚନା

ଜେଇଇ ମେନ୍‌ ପରୀକ୍ଷାକୁ ନେଇ ବଡ଼ ସୂଚନା

ଜେଇଇ ମେନ୍‌ ପରୀକ୍ଷାକୁ ନେଇ ବଡ଼ ସୂଚନା

ନୂଆଦିଲ୍ଲୀ: ୨୦୨୨ବର୍ଷ ପାଇଁ ପ୍ରଥମ ଓ ଦ୍ୱିତୀୟ ଜେଇଇ ମେନ ପରିକ୍ଷା ଏପ୍ରିଲ, ମେ’ରେ ହେବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ତାରିଖ ଘୋଷିତ ହୋଇଛି ।

ଏହି ପରୀକ୍ଷା ଦୁଇଟି ପର୍ୟ୍ୟାୟରେ ହେବ । ପ୍ରଥମ ପର୍ୟ୍ୟାୟ ପରୀକ୍ଷା ଏପ୍ରିଲ ୧୬ରୁ ୨୧ପର୍ୟ୍ୟନ୍ତ କରାଯିବ ଓ ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ମେ’ ୨୪ରୁ ୨୯ପର୍ୟ୍ୟନ୍ତ ଚାଲିବ। ଏଥିପାଇଁ ମାର୍ଚ୍ଚ ୧ରୁ ଅନଲାଇନ ମୋଡରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

 

ତେବେ ଆବେଦନ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ । ଯେଉଁ ଛାତ୍ରମାନେ ୨୦୨୦, ୨୦୨୧ରେ ଦ୍ୱାଦଶ ପରୀକ୍ଷା ଦେଇସାରିଛନ୍ତି କିମ୍ବା ୨୦୨୨ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବେ, ସେମାନେ ଜେଇଇ ମେନ ପାଇଁ ଆବେଦନ କରିପାରିବେ ।