ଜୁଏଲାରୀ ଦୋକାନରୁ ବଡ଼ଧରଣର ଲୁଟ୍

ଜୁଏଲାରୀ ଦୋକାନରୁ ବଡ଼ଧରଣର ଲୁଟ୍

ଜୁଏଲାରୀ ଦୋକାନରୁ ବଡ଼ଧରଣର ଲୁଟ୍

କୋଣାର୍କା:  ଜୁଏଲାରୀ ଦୋକାନରୁ ହୋଇଛି ବଡ଼ ଧରଣର ଲୁଟ୍। ଲକରକୁ କାଟି ତା’ ଭିତରେ ବୁଲାଇଲେ କଳାକନା। ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଳଙ୍କାର ନେଇ ଲୁଟେରାମାନେ ଫେରାର  ହୋଇ ଯାଇଥିବା ବେଳେ ଏବେ ସେମାନଙ୍କୁ ଖୋଜୁଛି ପୁଲିସ୍ । ଏପରି ଲୁଟତରାଜ ଗତକାଲି ପୁରୀ ଜିଲ୍ଲା କୋଣାର୍କସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସର ମହାଲକ୍ଷ୍ମୀ ଜୁଏଲାରୀ ନାମକ ଦୋକାନରେ ହୋଇଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଦୋକାନୀ ।

ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ,  ପ୍ରାୟ  ୪ ଜଣ ଲୁଟେରା ଗତକାଲି ବିଳମ୍ବିତ ରାତିରେ ଗ୍ୟାସ୍ କଟର ସାହାଯ୍ୟରେ ମହାଲକ୍ଷ୍ମୀ ଜୁଏଲାରୀର ଛାତ ଉପର ସିଡ଼ି ଘର ଗେଟ୍ କାଟି ସୋ’ରୁମ ଭିତରେ ପଶିଥିଲେ। ଏହାପରେ ଷ୍ଟ୍ରଙ୍ଗ ରୁମ୍ ଓ ଲକର କାଟି ଲୁଟପାଟ ଚଳାଇଲେ ।  ଲୁଟପାଟର ଲାଇଭ୍ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଲୁଟ୍ ଅଲଙ୍କାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜୁଏଲାରୀ ମାଲିକ କହିଛନ୍ତି ।  କୋଣାର୍କ ପୁଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଚଳାଇଛି  ।