ଜିନ୍ସ ପ୍ୟାଣ୍ଟ ଛୋଟ ପକେଟର କାହାଣୀ
ଜିନ୍ସ ପ୍ୟାଣ୍ଟ ଛୋଟ ପକେଟର କାହାଣୀ
ଆଜିକାଲି ପ୍ରାୟ ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରୁଛନ୍ତି | ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଜିନ୍ସ ଅଧିକ ଲୋକପ୍ରିୟ ହୋଇଥିବାବେଳେ କୁହାଯାଏ ଯେ ଆମେରିକା ଯୋଗୁଁ ଜିନ୍ସ ଦୁନିଆର ସବୁ କୋଣରେ ପହଞ୍ଚିଥିଲା | ଜିନ୍ସ ଆଜିକାଲି ଏକ ଫ୍ୟାଶନ୍ ପାଲଟିଥିବାବେଳେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ପ୍ରକୃତରେ ଶ୍ରମିକମାନଙ୍କ ପାଇଁ ଏହା ତିଆରି କରାଯାଇଥିଲା |
ଶ୍ରମିକମାନଙ୍କ ପୋଷାକ ଯେଭଳି ଅତ୍ୟଧିକ ମଇଳା ହେବନାହିଁ ଓ ବାରମ୍ବାର ଧୋଇବାକୁ ପଡିବ ନାହିଁ, ସେଥିପାଇଁ ଜିନ୍ସ ତିଆରି କରାଯାଇଥିଲା | ତେବେ ଜିନ୍ସ ପ୍ୟାଣ୍ଟରେ ଥିବା ଏକ ଛୋଟ ପକେଟ୍ କଣ ପାଇଁ ଥାଏ ଆପଣ କେବେ ଭାବିଛନ୍ତି କି? ବିଶେଷ କରି କଏନ ରଖିବା ପାଇଁ ଆମେ ଏହାକୁ ବ୍ୟବହାର କରୁ | କିନ୍ତୁ ଡାହାଣ ପାର୍ଶ୍ୱରେ ଥିବା ଛୋଟ ପକେଟ କିଛି ଅଲଗା ଉଦ୍ଦେଶ୍ୟ ପାଇଁ ତିଆରି କରାଯାଇଥିଲା |
ବାସ୍ତବରେ, ଛୋଟ ଘଣ୍ଟା ରଖିବା ପାଇଁ ଏହା ବ୍ୟବହୃତ ହେଉଥିଲା | ୧୮୦୦ ଶତାବ୍ଦୀରେ, ଛୋଟ ଚେନ ଲାଗିଥିବା ଘଣ୍ଟାର ବହୁଳ ବ୍ୟବହାର ହେଉଥିଲା | ଏହି ଘଣ୍ଟାକୁ ରଖିବା ପାଇଁ ପକେଟ ତିଆରି କରାଯାଇଥିଲା | ଜିନ୍ସ ର ଡାହାଣ ପାର୍ଶ୍ୱରେ ଥିବା ଏହି ପକେଟକୁ ୱାଚ ପକେଟ୍ କୁହାଯାଏ ଜ୍ଝ କିନ୍ତୁ ପରେ ଯେତେବେଳେ ଏହି ଘଣ୍ଟାର ବ୍ୟବହାର କମିଗଲା, ଲୋକମାନେ ଅନୁଭବ କଲେ ଯେ କଏନ ରଖିବା ପାଇଁ ଏହି ପକେଟ ତିଆରି ହୋଇଛି |




admin 