ଜାମ୍ମୁରେ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ବିସ୍ଫୋରଣ

ଜାମ୍ମୁରେ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ବିସ୍ଫୋରଣ

ଜାମ୍ମୁରେ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ବିସ୍ଫୋରଣ

ଜମ୍ମୁ: ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିବା ସୂଚନା ମିଳିବା ପରେ ଆଜି ସକାଳୁ ବୋମା ନିଷ୍କ୍ରିୟକାରୀ ଏବଂ ଫୋରେନ୍‌ସିକ୍‌ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ୫ ମିନିଟ ଅନ୍ତରରେ ଘଟିଥିବା ଏହି ବିସ୍ଫୋରଣ କାରଣରୁ ଦୁଇଜଣ ବ୍ୟକ୍ତି ଆହତ ହୋଇଥିବା ଖବର ମିଳିଛି। କିନ୍ତୁ, ଏଥିରେ କେହି ଆହତ ହୋଇଥିବାର ସୂଚନା ମିଳି ନ ଥିବା କଥା ସରକାରୀ ଅଧିକାରୀମାନେ କହୁଛନ୍ତି।

ବିସ୍ଫୋରଣ ଘଟଣା ସଂକ୍ରାନ୍ତରେ ସେମାନେ ବାୟୁସେନା ‘ଏଫ୍‌ଆଇଆର୍‌’କୁ ଅପେକ୍ଷା କରିଛନ୍ତି ‌ବୋଲି ପୁଲିସ କହିଛି।

ଅନ୍ୟସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁସାରେ, ରାତି ପ୍ରାୟ ୧:୫୦ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ ଉଡ଼ିଯାଇଥିବା ବେଳେ ଦ୍ବିତୀୟ ବିସ୍ଫୋରଣଟି ଭୂମିରେ ସଙ୍ଗଠିତ ହୋଇଛି।

ସୂଚନାଯୋଗ୍ୟ, ଜମ୍ମୁ ବିମାନ ବନ୍ଦର ରନ୍‌ୱେ ଏବଂ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥାଏ। ସେଠାରେ ଯାତ୍ରୀବାହୀ ବିମାନ ମଧ୍ୟ ଚଳାଚଳ କରେ।

କ୍ଷଣିକ ମଧ୍ୟରେ ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ପକାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।