ଜାଣନ୍ତୁ ସୁସ୍ଥ ରହିବାର ଉପାୟ

ଜାଣନ୍ତୁ ସୁସ୍ଥ ରହିବାର ଉପାୟ

ବେଙ୍ଗାଲୁରୁର ନାମୀ ଖାଦ୍ୟ ବିଶେଷଜ୍ଞ ସିମରନ ଚୋପ୍ରା ସୋସିଆଲ ସାଇଟ ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ଉପଦେଶ ଦେଉଛନ୍ତି । ଲକଡାଉନ ସମୟରେ ଘରେ ବସି ରହିଲେ, କେବଳ ଖାଇପିଇ ଟିଭି ଦେଖିଲେ ଓଜନ ବଢ଼ିବା ସ୍ୱାଭାବିକ । ଏଣୁ ନିଜକୁ ଫିଟ ରଖିବା ନିମନ୍ତେ ସେ କେତୋଟି ସରଳ ଉପାୟ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଆମ ଭାରତୀୟଙ୍କ ରୋଗ ପ୍ରତିରୋଧକ ଶକ୍ତି ଭଲ । ଖାଦ୍ୟପାନୀୟ ବାବଦରେ ସାମାନ୍ୟ ସତର୍କ ରହିଲେ ନିରୋଗଜୀବନ ଅତିବାହିତ କରିପାରିବା ବୋଲି ସେ କହିଛନ୍ତି । ଭାରତୀୟ ରୋଷେଇ ଘରେ ମହଜୁଦ ଥିବା ସାମଗ୍ରୀ ଯେପରି ଅଦା, ରସୁଣ, ପୋଦିନା ପତ୍ର, ଧନିଆ ପତ୍ର, ଲେମ୍ବୁ, ଗୋଲମରିଚ ଗୁଣ୍ଡ, ଡାଲଚିନି, ଲବଙ୍ଗ ଇତ୍ୟାଦିକୁ ନିୟମିତ ବ୍ୟଞ୍ଜନରେ ଉପଯୋଗ କରନ୍ତୁ । ଏସବୁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ । କିଶୋର ଠାରୁ ଯୁବବର୍ଗ ପ୍ରତିଦିନ ୩ ଲିଟର ପାଣି ପିଇବାର ଅଭ୍ୟାସ କରିବା ଉଚିତ । ବୟସ୍କ ପିଢ଼ି ବିଶେଷଜ୍ଞଙ୍କ ପରାମର୍ଶରେ ନିଜ ଖାଦ୍ୟପାନୀୟ ବାବଦରେ ଏଇ ସମୟରେ ସତର୍କ ରହିବା ନିତାନ୍ତ ଆବଶ୍ୟକ ।