ଜିଲ୍ଲା ସଭାପତିଙ୍କ ବୈଠକରେ  ଅଲୋଡା ପୁରୁଣା ସଭାପତି ।

ଜିଲ୍ଲା ସଭାପତିଙ୍କ ବୈଠକରେ  ଅଲୋଡା ପୁରୁଣା ସଭାପତି ।

ଜିଲ୍ଲା ସଭାପତିଙ୍କ ବୈଠକରେ  ଅଲୋଡା ପୁରୁଣା ସଭାପତି ।

 2024 ସାଧାରଣ ନିର୍ବାଚରେ କଂଗ୍ରସର ଶୋଚନୀୟ ପରାଜୟ ପରେ ରାଜ୍ୟରେ ପରାଜୟର କାରଣ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ଏ ପର୍ଯ୍ୟନ୍ତ ବୈଠକ ଟିଏ ଡାକିଲେ ନାହିଁ । କିନ୍ତୁ, କଂଗ୍ରେସ ପୂର୍ବତନ ସଭାପତି ଏବଂ ହାତଗଣତି କିଛି ବରିଷ୍ଠ ନେତାମନଙ୍କୁ ନେଇ ନିଜ ବାସଭବନରେ ଏକ ଜରୁରୀ ବୈଠକ ଡାକିଥିଲେ । ଯେଉଁଥିରେ କିଛି ପୂରୁଣା ପ୍ରସଂଗକୁ ନେଇ ଆଲୋଚନା କରିଥିଲେ । ଏବଂ କଂଗ୍ରେସ ଭବନରେ, ସେହି ପୁରିଣା ପ୍ରସଙ୍ଗକୁନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାକ ଏବଂ ଜୟଦେବ ଜେନାଙ୍କ ଅନୁପସ୍ଥିତି ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ବୁଧବାର ପ୍ରଦେଶ କଂଗ୍ରେସ କାର୍ଯାଳୟରେ ଜିଲ୍ଲା ସଭାପତି, ଛାମୁଆ ସଂଗଠନ, ପ୍ରକୋଷ୍ଟ ଓ ବିଭାଗ ମାନଙ୍କର ଏକ ବୈଠକ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ହୋଇଥିଲା । କିନ୍ତୁ ସେହି ବୈଠକରେ  ବୈଠକରେ ପୂର୍ବତନ ପିନସିସି  ସଭାପତି ମାନେ ଉପସ୍ଥିତ ରହିନଥିଲେ । ଭାରତୀୟ ଜନତା ପାର୍ଟିର ବିଭିନ୍ନ ଛାମୁଆ ସଂଗଠନ ମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ, ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରିବା ପାଇଁ ପ୍ରସ୍ତୁତ ହେଉଥିବା କଥା ପିସିସି ସଭାପତି ତାକ୍ତ ବକ୍ତବ୍ୟରେ ରଖିବା ସହ, ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାନେଇ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଯୋଗ୍ୟଯେ, ବିଜେପି ଯୁବ ମୋର୍ଚା ପକ୍ଷରୁ କଂଗ୍ରେସ ଭବନ ସାମ୍ନାରେ ରହିଥିବା ରାହୁଲ ଗାନ୍ଧିଙ୍କ ପୋଷ୍ଟରକୁ ଗୋବର ଫିଙ୍ଗା ଏବଂ କଂଗ୍ରେସ କର୍ମୀଙ୍କୁ ଆକ୍ରମଣର ଦୃଢ ଜବାବ ସେହିଦିନ ଘଟଣାକ୍ରମର ପ୍ରଦେଶ ଛାତ୍ର କଂଗ୍ରେସ ଏବଂ ଯୁବକଂଗ୍ରେସ ପକ୍ଷରୁ ଦିଆଯାଇଥିଲା । ଏହାର ପ୍ରତିବାରେ ଛାତ୍ରକଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ପୁଲିସ କମିସନରଙ୍କ ସମୁଖରେ ବିକ୍ଷୋଭ ମଧ୍ୟ କରାଯାଇଥିଲା । ମାତ୍ର ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନି ଡାକି, ଏ ସଂକ୍ରାନ୍ତରେ ତାଙ୍କର ଦାୟୀତ୍ବ ନିର୍ବାହକୁ ସିମିତ ରଖିଲେ । ତେବେ ଆଜିର ବୈଠକରେ, ଅଧିକାଂଶ ଜିଲ୍ଲା କଂଗ୍ରେସ ସଭାପତି ଟିକେଟ୍ ବଣ୍ଟନ ଓ ଦଳୀୟ ପାର୍ଥୀଙ୍କୁ ଫଣ୍ଡ ନଦେବା ପ୍ରସଙ୍ଗ ଉଠାଇ ବିଶୋହଗାରକରିଥିଲେ । ନିର୍ବାଚନ ସମୟରେ କଂଗ୍ରେସର ଯେଉଁ ଦୁର୍ବଳ ପ୍ରଦର୍ଶନ ହେଲା, ତାହା ଉପରେ କ୍ଷୋଭପ୍ରକାଶ କଲେ ।