ଜେନେରେଟର୍ ଧୂଆଁ ହେଲା କାଳ, ୨ ମୃତ
ମୋହନା: ଜେନେରେଟର୍ ଧୂଆଁ ହେଲା କାଳ। ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଧୂଆଁ ଯୋଗୁଁ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଗଣେଷ ନାୟକ(୨୦) ଅମ୍ବିକା ନାୟକ (୧୨) ଥିବା ବେଳେ ଝୁମୁରି ନାୟକ(୭) ଗୁରୁତର ଥିବା ଜଣାପଡିଛି। ଏଭଳି ଅଭବାନୀୟ ଘଟଣା ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ବେତେରସିଂ ଗାଁ ଘଟିଛି ।
ସୂଚନା ମୁତାବକ, ଗତକାଲି ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା । ହେଲେ କମଳ ନାୟକଙ୍କ ବାପା ମାଧବ ନାୟକ ଭାଇ ଗଣେଶ ନାୟକ(୨୦) ଓ ଦୁଇଝିଅ ଅମ୍ବିକା (୧୨), ଝୁମୁରି ନାୟକ (୭ ) ଭୋଜି ଭାତ ଖାଇ ଘରେ ଶୋଇଥିଲେ ।ତେବେ ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ସକାଳୁ ସେମାନେ ଘରୁ ନ ଉଠିବାରୁ ଭୋର ୪ ଟା ସମୟରେ ପରିବାର ଲୋକେ ଉଠାଇଥିଲେ ।ତେବେ ବାପା ମାଧବ ମଧ୍ୟ କିଛି କଥା ବାର୍ତ୍ତା କରୁନଥିବା ବେଳେ ଅନ୍ୟ ମାନେ ଆଉ ଉଠି ନଥିଲେ ।ତେଣୁ ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।




admin 