ଜଙ୍କଫୁଡ୍ ଖାଇଲେ କ’ଣ କରିବେ...

ଜଙ୍କଫୁଡ୍ ଖାଇଲେ କ’ଣ କରିବେ...

ଜଙ୍କଫୁଡ୍ ଖାଇଲେ କ’ଣ କରିବେ...
ଅଧିକାଂଶ ଲୋକଙ୍କ ମତରେ ବର୍ତ୍ତମାନ ଏକବିଂଶ ଶତାବ୍ଦୀ ନୁହେଁ, ବରଂ ଏହା ସ୍ମାର୍ଟଫୋନ୍ର ଯୁଗ । ଯନ୍ତ୍ରର ଏଇ ଭିଡ଼ରେ ଆମେ ନିଜ ପାରମ୍ପରିକ ଖାଦ୍ୟପାନୀୟକୁ ଭୁଲି ଫାଷ୍ଟଫୁଡ ମୋହରେ ବାନ୍ଧି ହୋଇଛେ କହିଲେ ଭୁଲ ହେବନି । ନିକଟରେ ଆମେରିକୀୟ ଗବେଷକ ଦଳ ୧୧ ମାସ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି ବିଭିନ୍ନ ପ୍ରକାର ଫାଷ୍ଟଫୁଡ ଖାଇ ଆମେ କେତେ ସମୟ କସରତ କଲେ ସ୍ୱାସ୍ଥ୍ୟ ଉପରେ ସେଭଳି କୁପ୍ରଭାବ ପଡ଼ିବ ନାହିଁ । ଚକୋଲେଟ୍ ଅଳ୍ପ ପରିମାଣରେ କଦବା କ୍ୱଚିତ ଖାଇଲେ ସେଭଳି ହାନିକାରକ ନୁହେଁ । ହେଲେ ନିୟମିତ ଭାବେ ଆପଣ ଏହା ଖାଇଲେ ଓଜନ ମାତ୍ରାଧିକ ବଢ଼ିବା ସହ ଶାରୀରିକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଯଦିଗୋଟିଏ ଡାର୍କ ଚକୋଲେଟ୍ ଖାଉଛନ୍ତି, ତେବେ ଅତିକମ୍ରେ ଆପଣ ୪୨ ମିନିଟ୍ ଦୌଡ଼ିବେ କିମ୍ବା ୨୨ ମିନିଟ ଚାଲିବେ । ଚକୋଲେଟ ଖାଇଲେ ୨-୩ ଘଣ୍ଟା ମଧ୍ୟରେ ଏହା କରିବା ଉଚିତ, ନଚେତ ଆପଣଙ୍କ ଶରୀରରେ ଚର୍ବି ଜମାହେବ । ଚକୋଲେଟରେ ୨୨୯ କ୍ୟାଲୋରୀ ଥାଏ । ୨୬୫ କ୍ୟାଲୋରୀଯୁକ୍ତ ମଫିନ ଖାଇଲେ ଆପଣ ୪୮ ମିନିଟ ଚାଲିବେ ନଚେତ ୨୫ ମିନିଟ୍ ଦୌଡ଼ିବେ । ମଫିନ ଇଂଲଣ୍ଡର ଏକ ଲୋକିପ୍ରିୟ ଜଳଖିଆ ହୋଇଥିବା ବେଳେ ଆଜିକାଲି ସେଠାରେ ‘ସୁଗାର-ଫି୍ର ମଫିନ୍’ ମିଳୁଛି । ଆଳୁ ଚିପ୍ସ ପ୍ୟାକେଟ ପିଲାଙ୍କର ଖୁବ ପି୍ରୟ । ଗୋଟିଏ ପ୍ୟାକେଟ ଚିପ୍ସରେ ୧୭୧ କ୍ୟାଲୋରୀ ଥିବା ବେଳେ ଏହା ଖାଇଲେ ପିଲା ଓ ବୟସ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଆଳୁଚିପ୍ସ ଖାଇଲେ ୩୧ ମିନିଟ୍ ଚାଲିବେ କିମ୍ବା ୧୬ ମିନିଟ୍ ଦୌଡ଼ିବେ । ମୃଦୁପାନୀୟ ବୋତଲରେ ୧୩୮ କ୍ୟାଲୋରୀ ଥାଏ । ଏସବୁ ନିୟମିତ ପିଇଲେ ହୃଦରୋଗ ମଧୁମେହ ରୋଗ ହେବାର ଆଶଙ୍କା ସର୍ବାଧିକ । ଏହା ପିଇଲେ ୨୬ ମିନିଟ୍ ଚାଲିବା ଉଚିତ ନଚେତ୍ ୧୩ ମିନିଟ୍ ଦୌଡ଼ିବାକୁ ପଡ଼ିବ ବୋଲି ବିଶେଷଜ୍ଞଙ୍କ ମତ ।