ଗାଲୁଆପୁରର ଗେହ୍ଲୀ ନାୟିକା

ଗାଲୁଆପୁରର ଗେହ୍ଲୀ ନାୟିକା

ଗାଲୁଆପୁରର ଗେହ୍ଲୀ ନାୟିକା
ପ୍ରତିମା ପ୍ରଡକ୍ସନର ପ୍ରଥମ ଅବଦାନରେ ନିର୍ମିତ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’ । ସିନେମା ପାଇଁ ନାୟିକା ଖୋଜା ଚାଲିଥିବା ବେଳେ ମିଳିଯାଇଛନ୍ତି ସେହି ଗେହ୍ଲୀ ନାୟିକା । ଏହାର ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏଣ୍ଟି୍ର କରିବାକୁ ଯାଉଛନ୍ତି । ନାଁ ତାଙ୍କର ମନୀଷା । ଘର ବାରିପଦା । ପିଲାଟି ଦିନରୁ ନୃତ୍ୟ ପ୍ରତି ବିଶେଷ ରୁଚିଥିବା ଏହି ସୁନ୍ଦରୀ ନାୟିକା କିଛି ସୋ’ରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ମନରେ ଅଭିନୟ ପ୍ରତି ଦୁର୍ବଳତା ଥିଲେ ବି କେବେ ସୁଯୋଗ ପାଇନାହାନ୍ତି । ନୁପୂର ଡ୍ୟାନ୍ସ ରିଅଲିଟି ସୋ’ରେ ସେମି ଫାଇନାଲିଷ୍ଟ ହେବା ପରେ ମନୀଷାଙ୍କୁ ବଡ଼ ପରଦାରେ ବଡ଼ ସୁଯୋଗ ମିଳିଛି । ସେ ଚର୍ଚ୍ଚି୍ ଅଭିନେତା ପପୁ ପମପମ୍ଙ୍କ ନାୟିକା ସାଜିବେ । ଏକରେ ନୂଆ ଚଳଚ୍ଚିତ୍ର ଏବଂ ଦ୍ୱିତୀୟରେ ପପୁଙ୍କ ବିପକ୍ଷରେ ପାଇ ଉତ୍ସାହିତ ହୋଇପଡ଼ିଥିବା ମନୀଷା କହିଛନ୍ତି । ସିନେମାକୁ ୨୦୦ ପ୍ରତିଶତ ସଫଳ କରିବାକୁ ଚେଷ୍ଟା କରିଛନ୍ତି ।