ଛତିଶଗଡ଼ରେ ବଡ଼ଧରଣ ନକ୍ସଲ ଆକ୍ରମଣ

ଛତିଶଗଡ଼ରେ ବଡ଼ଧରଣ ନକ୍ସଲ ଆକ୍ରମଣ

ଛତିଶଗଡ଼ରେ ବଡ଼ଧରଣ ନକ୍ସଲ ଆକ୍ରମଣ

ଛତିଶଗଡ଼:  ପୁଣି ନକ୍ସଲ ହମଲା ।  ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅଟାକ କରିଛନ୍ତି ନକ୍ସଲ । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଏକ ବଡ଼ ଧରଣର ନକ୍ସଲ ହମଲା ହୋଇଛି ।  ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଏକ ଲୁହାପଥର ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି । ଏଥିରେ ପ୍ରାୟ ହଜାରେରୁ ଅଧିକ ନକ୍ସଲ ସାମିଲ ଥିବା ଜଣାଯାଇଛି ।  ନକ୍ସଲମାନେ ଖଣିର କିଛି କର୍ମଚାରୀଙ୍କୁ କବଜାକୁ ନେଇଥିବା ସୂଚନା ମିଳିଛି ।

  ଖଣିର ନିୟୋଜିତ ୫ଟି ଗାଡ଼ିକୁ ନକ୍ସଲମାନେ ପୋଡ଼ି ଦେଇଥିବା ଜଣାଯାଇଛି ।  ଘଟଣାସ୍ଥଳରେ ସୁରକ୍ଷା କର୍ମୀ ଓ ନକ୍ସଲମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବା ନାରାୟଣପୁର ଏସପି ସୂଚନା ଦେଇଛନ୍ତି ।