ଘୁଗୁନି ଚାଟ
ଘୁଗୁନି ଚାଟ
admin
Jun 6, 2019 - 11:18
Updated: Jun 6, 2019 - 11:18
ସାମଗ୍ରୀ:
- ୨୫୦ ଗ୍ରାମ ଗୋଟା ମଟନ
- ଦୁଇଟା ବଡ ଆଳୁ
- ଗୋଟିଏ ରସୁଣ
- ଦେଢ ସେମି ଅଦା
- ୬ଟା ଶୁଖିଲା ଲଙ୍କା
- ୧ ଟେବୁଲ ଚାମଚ ଜିରା
- ବିଟ ଲୁଣ
- ଖଟା ଚଟଣି
- ମିଠା ଚଟଣି
- ୧ କପ ଦହି
- ଦରକାର ମୁତାବକ ଲୁଣ
ପ୍ରଣାଳୀ: ଲୁଣ ଦେଇ ମୋଟର ସିଝାଇ ନିଅ । ହଳଦୀ ନ ଦେଇ, ଅଧେ ମଟର ଚାମଚରେ ଚାପି ଚାପି ରଖ । ଆଳୁ ସିଝାଇ ଚୋପା ଛଡାଇ ଛୋଟ ଛୋଟ କାଟି ରଖ । ରସୁଣ ଓ ଅନ୍ୟ େୁଶଚି ରଖ । ଜିରା ଲଙ୍କା ଭାଜି ଗୁଣ୍ଡ କରି ରଖ । ଦହି ଫେଟିଂ ରଖ । କଡାଇରେ ୧ ଟେବୁଲ ଚାମଚ ତେଲ ଦେଇ ଅଦା ରସୁଣ ଛେଚା ପକାଇ ଟିକେ ପକାଇ ଟିକେ ଭାଜ । ବାଦାମୀ ରଙ୍ଗର ହେଲେ ସେଥିରେ ସିଝା ମଟର ଓ ଆଳୁ ପକାଇ ଟିକେ ଗୋଳାଇ ନେଇ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାଅ । ଓହ୍ଳାଇ ନେଇ ଜିରା ଲଙ୍କାଗୁଣ୍ଡ ଦେଇ ଗୋଳାଇ ଦିଅ । ପ୍ଳେଟରେ ଦୁଇ ବଡ ଚାମଚ ଘୁଘୁନି ଦିଅ । ତା ଉପରେ ଖଟା ଚଟଣି, ମିଠା ଚଟଣି, ବିଟଲୁଣ ଓ ଦହି ଛିଂଚି ଖାଇବାକୁ ଦିଅ । କଂଚାଲଙ୍କା କଟା ବି ଦେଇପାର । ଗରମ ଗରମ ଖାଇବାକୁ ଦେବେ ।