ଆମ୍ବୁଲ ଚିକେନ
ଆମ୍ବୁଲ ଚିକେନ
admin
May 19, 2019 - 07:47
Updated: May 19, 2019 - 07:47
ସାମଗ୍ରୀ:
- କଟା ଚିକେନ
- ହଳଦୀଗୁଣ୍ଡ
- ପୋଦିନା ବଟା
- ଆମ୍ବ କଷି
- ଅଦା ଛେଚା
- ଆମ୍ବୁଲ ପାଣି
- ଲଙ୍କାଗୁଣ୍ଡ
- ଅଳ୍ପ ଚିନି
ପ୍ରଣାଳୀ:
ପ୍ରଥମେ କଟା ଚିକେନ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ସେଥିରେ ଲୁଣ ହଳଦୀଗୁଣ୍ଡ ଅଦା ଛେଚା, ଆମ୍ବୁଲ ପାଣି, ଲଙ୍କାଗୁଣ୍ଡ, ଅଳ୍ପ ଚିନି ପକେଇ ଭଲଭାବେ ଗୋଳେଇ ଦିଅନ୍ତୁ । କରେଇରେ ତେଲ ଗରମ କରି କଟା ପିଆଜ ପକେଇ କଷନ୍ତୁ । ପିଆଜ ଅଳ୍ପ ଭାଜି ହେଇଗଲା ପରେ ରସୁଣ ଛେଚା, କଟା କଂଚାଲଙ୍କା ହଳଦୀଗୁଣ୍ଡ ଲଙ୍କାଗୁଣ୍ଡ, ଜୀରାଗୁଣ୍ଡ ପକାନ୍ତୁ । ସେଥିରେ ଅଦା ଛେଚା ଅଳ୍ପଚିନି, ସ୍ୱାଦ ଅନୁସାରେ ଲୁଣ ଏବଂ ଚିନି ସସ ପକେଇ ଫ୍ରାଏ କରନ୍ତୁ । ମସଲା ଫ୍ରାଏ ହୋଇଯିବା ପରେ ମ୍ୟାରିନେଟ ହୋଇଥିବା ଚିକେନକୁ ପକେଇ ମସଲା ସହ କଷନ୍ତୁ । ପୋଦିନା ରସ, ଆମ୍ବୁଲ ରସକୁ ପକେଇ ଆବଶ୍ୟକ ମୁତାବକ ପାଣି ଆବଶ୍ୟକ ମୁତାବକ ପାଣି ଦେଇ ଘୋଡଣୀ ଘୋଡଇ ଦିଅନ୍ତୁ । କିଛି ସମୟ ପରେ ଆମ୍ବୁଲ ଚିକେନ ଓହ୍ଳାଇ ନେବେ । ପ୍ଲେଟରେ ରଖି ତା ଉପରେ କଟା ପିଆଜ, ଟମାଟୋ ସଜାଇ ନେବେ । ଧନିଆ ପତ୍ର କଟା ସେଥିରେ ଛିଂଚି ଦେଇ ଖାଇବାକୁ ଦେବେ ।