ଘାଟିରେ ପିକଅପ୍ ଓଲଟି ୨୦ ଆହତ

ଘାଟିରେ ପିକଅପ୍ ଓଲଟି ୨୦ ଆହତ

ଘାଟିରେ ପିକଅପ୍ ଓଲଟି ୨୦ ଆହତ
ବ୍ରହ୍ମପୁର: ଘାଟିରୁ ପିକଅପ୍ ଓଲଟି ୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛି । କୌଣସି ମୃତାହତ ସୂଚନା ନାହିଁ । ଭାରସାମ୍ୟ ହରାଇ ବାଙ୍କେଶ୍ୱର ଘାଟିରୁ ପିକଅପ ଭ୍ୟାନଟି ଓଲଟି ପଡିଛି । ମା ବାଙ୍କେଶ୍ୱରୀ ମନ୍ଦିରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ବ୍ରହ୍ମପୁର ଲାଞ୍ଜିଆରୁ ୨୫ ଜଣ ଶ୍ରଦ୍ଧାଳୁ ମୁଣ୍ଡନ ପାଇଁ ଯାଉଥିଲେ । ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି । ସମସ୍ତ ଆହତ ଯାତ୍ରୀ ସୁସ୍ଥ ଅଛନ୍ତି ବୋଲି ସୂଚନା ରହିଛି ।