ଘରୋଇ କଂପାନୀ ମାଲିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ: ଚାକିରିରୁ କରନ୍ତୁ ନାହିଁ ଛଟେଇ, ଘରେ ରହି କାମ କରିବାକୁ ଦିଅନ୍ତୁ ନିର୍ଦ୍ଦେଶ
ଘରୋଇ କଂପାନୀ ମାଲିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ: ଚାକିରିରୁ କରନ୍ତୁ ନାହିଁ ଛଟେଇ, ଘରେ ରହି କାମ କରିବାକୁ ଦିଅନ୍ତୁ ନିର୍ଦ୍ଦେଶ
admin
Mar 24, 2020 - 06:15
Updated: Mar 24, 2020 - 06:15
କରୋନା ପାଇଁ ଦେଶର ଶିଳ୍ପ ଓ ବ୍ୟବସାୟ ଜଗତ ଏବେ ଏକ ପ୍ରକାର ଠପ୍ ହୋଇଯାଇଛି । କିଛି କମ୍ପାନୀ ସେମାଙ୍କର ଉତ୍ପାଦନକୁ ବନ୍ଦ କରିଥିବାବେଳେ କିଛି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି । ଅନେକ ସଫ୍ଟୱେୟାର କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ୍ ବା ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆପଣଙ୍କ କମ୍ପାନୀର କାର୍ଯ୍ୟ ପାଇଁ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ କହନ୍ତୁ । କିନ୍ତୁ ସେମାନଙ୍କୁ ଚାକିରିରୁ ଛଟେଇ କରନ୍ତୁ ନାହିଁ । କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ଶିଳ୍ପପତିଙ୍କୁ ଅନୁରୋଧ କରିଛନ୍ତି । ବ୍ୟବସାୟ ଉପରେ କୋଭିଡ୍ -୧୯ ନକାରାତ୍ମକ ପ୍ରଭାବ ସତ୍ତ୍ୱେ କର୍ମଜୀବୀଙ୍କୁ ଛଟେଇ ନ କରିବାକୁ ମୋଦୀ କହିଛନ୍ତି । ଏଥିସହ ସେମାନଙ୍କ ଦରମା ନ କାଟିବାକୁ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଦେଶର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ବେଳେ କୋଭିଡ୍ -୧୯ ଆକାରରେ ଏକ ଅପ୍ରତ୍ୟାଶିତ ବାଧା ଅର୍ଥନୀତି ସାମ୍ନାକୁ ଆସିଛି। ଏହାର ବିସ୍ତାରକୁ ରୋକିବା ପାଇଁ ସଜାଗ ରହନ୍ତୁ ।