ଘରେ ମହିଳାଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ଘରେ ମହିଳାଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ଘରେ ମହିଳାଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ


ଦେବଗଡ଼: ଘରେ ଫସି ମହିଳାଙ୍କୁ ଗୁଳିମାଡ଼। ଘଟଣା ଘଟିଛି ଦେବଗଡ଼ ବାରକୋଟ ଥାନା କାଦୋଗୁଡା ଗାଁର ଘଟଣା। ଗାଁର ରାଜେଶ ମହନ୍ତଙ୍କ ସ୍ତ୍ରୀ ରୁକ୍ମିଣୀ ଗତକାଲି ସନ୍ଧ୍ୟାରେ ଘରେ ରୋଷେଇ କରୁଥିବା ବେଳେ କେହି ଜଣେ ବ୍ୟକ୍ତି ଆସି ରୁକ୍ମଣୀଙ୍କ ଉପରକୁ ଏକ ଦେଶୀ ବନ୍ଧୁକ ଫୁଟାଇ ଥିଲେ।

ରୁକ୍ମିଣୀଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ରୁକ୍ମିଣୀଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାରକୋଟ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ତାନାନ୍ତର କରିଥିଲେ । ସୂଚନା ପାଇ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।